ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ବାୟୋପିକ୍‌: ୩ ବର୍ଷ ବୟସରୁ ମୃତ୍ୟୁ ପର୍ଯ୍ୟନ୍ତ ରହିବ କାହାଣୀ

ମୁମ୍ବାଇ ୦୪/୦୮: ଦିବଂଗତ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କର ବାୟୋପିକ୍‌ ସମ୍ପର୍କରେ ତାଙ୍କ ସାନ ଝିଅ ସୁକୈନା ନାଗପାଲ କେତେକ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କ ମା’ ବଞ୍ଚିଥିବା ବେଳେ ରେମୋ ଡିସୌଜା, କୃଣାଲ କୋହଲି, ବାବା ୟାଦବଙ୍କ ଭଳି ଫିଲ୍ମ ନିର୍ଦ୍ଦେଶକ ତାଙ୍କର ବାୟୋପିକ୍‌ ନିର୍ମାଣ କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସରୋଜ ଚାହୁଁଥିଲେ ରେମୋ ହିଁ ତାଙ୍କର ବାୟୋପିକ୍‌ ତିଆରି କରନ୍ତୁ ।

ଡ୍ୟାନ୍ସ କୋରିଓଗ୍ରାଫର ରେମୋଙ୍କ ପ୍ରଫେସନ ଏବଂ ତାଙ୍କ ପ୍ରଫେସନ ସମାନ ହୋଇଥିବା କାରଣରୁ ସରୋଜ ଏଭଳି ଚାହିଁଥିଲେ। ଏହା ବ୍ୟତୀତ ରେମୋ ଅନେକ ସଂଘର୍ଷ କରି ଜଣେ ଡ୍ୟାନ୍ସ କୋରିଓଗ୍ରାଫର ହେବା ସହ ଭଲ ନିର୍ଦ୍ଦେଶକ ହୋଇପାରିଥିବାରୁ ସରୋଜ ସଦାବେଳେ ରେମୋଙ୍କର ପ୍ରଶଂସା କରିଥାନ୍ତି ବୋଲି ସୁକୈନା ପ୍ରକାଶ କରିଛନ୍ତି ।

ରେମୋ ଏନେଇ କହିଛନ୍ତି, ସରୋଜଙ୍କ ବାୟୋପିକ୍‌ ତିଆରି କରିବା ତାଙ୍କର ଡ୍ରିମ ପ୍ରୋଜେକ୍ଟ । ଏଥିରେ ସରୋଜଙ୍କ କାହାଣୀ ୩ ବର୍ଷ ବୟସରୁ ଆରମ୍ଭ କରି ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ରହିବ । ଏଥିରେ ପୃଥକ ପୃଥକ ହିରୋଇନଙ୍କୁ କାଷ୍ଟିଂ କରାଯିବ ବୋଲି ରେମୋ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ