୩୦ ଦିନ ଭିତରେ ନିୟମ ଉଲଂଘନ କରୁଥିବା ବ୍ୟବସାୟୀଙ୍କୁ ହଟାଓ, ଆବଶ୍ୟକ ପଡ଼ିଲେ ପୁଲିସ ଫୋର୍ସ ଲଗାଓ: ହାଇକୋର୍ଟ

ଚଣ୍ଡୀଗଡ଼ ୧୨।୯: ଚଣ୍ଡୀଗଡ଼ ବଜାରରେ ସୋରୁମ୍ ଏବଂ ବୁଥ୍ ଆଗରେ ବଳପୂର୍ବକ ଭାବେ ଜବରଦଖଲ ଉପରେ ପଞ୍ଜାବ-ହରିୟାଣା ହାଇକୋର୍ଟ ୟୁଟି ପ୍ରଶାସନ ଏବଂ ମହାନଗର ନିଗମକୁ ଏକ ମାସ ସମୟ ଦେଇଛି। ବଳପୂର୍ବକ ଭାବେ ଜବରଦଖଲ କରିଥିବା ସମସ୍ତ ବ୍ୟବସାୟୀ ହଟାଇବା ପାଇଁ ଆଦେଶ ଦେଇଛି।

କୋର୍ଟ କହିବାନୁସାରେ, ପ୍ରତ୍ୟେକ ସ୍ଥାନରେ ବ୍ୟବସାୟୀଙ୍କ ରାଜ୍ ଚାଲୁଛି। ଆଉ ସେମାନଙ୍କ ପାଇଁ ଏହି ନିୟମ ହୋଇଛି। ଏହି ନିୟମ ପାଳନ କରିବା ପାଇଁ ଏକ ମାସ ସମୟ ଦିଆଯାଇଛି। ଏକ ମାସ ଅବଧି ଭିତରେ ସମସ୍ତ ବ୍ୟବସାୟୀ ଏଠାରୁ ହଟିବା ଦରକାର। ଦରକାର ପଡ଼ିଲେ ପୁଲିସର ସହଯୋଗ ନିଆଯିବ ବୋଲି କୋର୍ଟ ଆଦେଶ ଦେଇଛି।

ଜଷ୍ଟିସ୍ ରାଜୀବ ଶର୍ମା ଏବଂ ଜଷ୍ଟିସ୍ ହରିନ୍ଦର ସିଂହ ସିନ୍ଧୁଙ୍କ କହିବାନୁସାରେ, ଦୁଇ ଘଣ୍ଟାର ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଣ୍ଡୀଗଡ଼ ପ୍ରଶାସନ କହିବାନୁସାରେ, ହାଇକୋର୍ଟ ଆଦେଶ ଦେବା ପରେ ସେକ୍ଟର-୨୨ ମାକେର୍ଟ ହଟାଇଦିଆଯାଇଛି। ସହରର ରାସ୍ତା ଉପରେ ବସୁଥିବା ୯୩୫୬ ଟି ବ୍ୟବସାୟୀଙ୍କୁ ରେଜିଷ୍ଟର କରାଯାଇଛି। ଏହା ସହିତ ସହରର ୪୪ଟି ଭେଡିଂ ଯୋନରେ ବିଭାଜିତ କରାଯାଇଛି। ଯେଉଁଠାରେ ୫ହଜାରରୁ ଅଧିକ ଭେଡିଂ ସାଇଟ୍ସ ବଛାଯାଇଛି। ଏଥିରୁ ରେଜିସ୍ଟର୍ଡ ବ୍ୟବସାୟୀଙ୍କୁ ବସାଯିବ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍