ପ୍ରମୁଖ ଖବର
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି...

ନୂଆଦିଲ୍ଲୀ ୧/୬: ଭାରତରେ କରୋନା ଭାଇରସ ପରେ ଲଦାଖରେ ସୀମା ବିବାଦକୁ ନେଇ ଚୀନ୍ ବିରୁଦ୍ଧରେ ସେଣ୍ଟିମେଣ୍ଟ ବଢିବାରେ ଲାଗିଛି । ଭାରତରେ ଚାଇନିଜ୍ ଆପ୍ସ ଓ ପ୍ରଡକ୍ଟ୍ସକୁ ବଏକଟ୍ କରିବା ଆରମ୍ଭ କରିଦେଇଛନ୍ତି ଲୋକେ । ଏହା ମଧ୍ୟରେ ଭାରତରେ ଚାଇନିଜ୍ ଆପ୍ସକୁ ହଟାଇବା ନେଇ ଏକ ଆପ୍ ଲଞ୍ଚ ହୋଇଛି, ଯାହା ଲୋକଙ୍କ ମଧ୍ୟରେ ପପୁଲାର୍ ହେବାରେ ଲାଗିଛି ।

ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଏହି ଆପର ନାଁ 'Remove China Apps' । ୧୭ ମଇରେ ଲଞ୍ଚ୍ ହୋଇଥିବା ଏହି ଆପର ପପୁଲାରିଟି ଏମିତି କି ଏବେ ଏହା ଟପ୍ ଫ୍ରି ଆପ୍ସ ଲିଷ୍ଟରେ ସାମିଲ ହୋଇଯାଇଛି । Remove China Apps ଆପ କିଛି ଦିନରେ ୧ ମିଲିୟନ୍ ଅର୍ଥାତ୍ ୧୦ ଲକ୍ଷ ୟୁଜର୍ସ ହୋଇଯାଇଛନ୍ତି ।

Remove China Apps ବର୍ତ୍ତମାନ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଆପର ସାଇଜ୍ ୩.୫ MB । ଏହାର ୟୁଜର ଇଣ୍ଟରଫେସ୍ ବହୁତ ସହଜ । ୟୁଜରଙ୍କ ଆପ୍ ଡାଉନଲୋଡ୍ କରିବା ପରେ ସ୍କାନ୍ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ । ଏହା ପରେ ଏହି ଆପ୍ ଡିଟେକ୍ଟ କରିବା ପରେ ଆପଣଙ୍କୁ କହିବ ଯେ ଆପଣଙ୍କ ମୋବାଇଲରେ କେଉଁ କେଉଁ ଚାଇନିଜ୍ ଆପ୍ ଅଛି । ଆପଣଙ୍କଠୁ ଅନୁମତି ନେବା ପରେ ଏହି ଆପ୍ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିଦେବ ।

Remove China Apps କୁ ଗୁଗଲ ପ୍ଲେ ଷ୍ଟୋରରେ ଏପର୍ଯ୍ୟନ୍ତ ୪.୮ ୟୁଜର୍ସ ରେଟିଂ ମିଳିସାରିଛି । ଏହି ଆପର ଆଇକନରେ ଏକ ଡ୍ରାଗନ୍ ଦେଖାଯାଉଛି ଯାହା ପଛରେ ୨ଟି ଝାଡୁ ଚିହ୍ନ କ୍ରସ୍ ଦେଖିବାକୁ ମିଳୁଛି । ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋରରେ ୟୁଜର୍ସମାନେ ଅଧିକାଂଶ ପଜିଟିଭ୍ ରେଟିଂ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.