ରେଙ୍ଗାଲି ଡ୍ୟାମରୁ ନିଷ୍କାସନ ହେବ ଚଳିତ ବର୍ଷର ବନ୍ୟା ପାଣି

ଅନୁଗୋଳ,୨୨।୮: ଅନୁଗୋଳ ଜିଲ୍ଲାରେ ଥିବା ରେଙ୍ଗାଲି ଡ୍ୟାମରୁ ଚଳିତ ବର୍ଷର ବନ୍ୟା ଜଳ ନିଷ୍କାସନ ହେବ ବୋଲି ସୂଚନା ଦେଇଛନ୍ତି ଡ୍ୟାମର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ। ବର୍ତ୍ତମାନ ରେଙ୍ଗାଲି ଜଳଭଣ୍ଡାରର ଜଳସ୍ତର ୧୨୧.୩୯ ମିଟର ଅଛି ଓ ଏହାର ସମ୍ପୂର୍ଣ୍ଣ ଜଳଧାରଣ ସ୍ତର ୧୨୩.୫୦ ମିଟର ଏବଂ ଏହାର ସବୋର୍ଚ୍ଚ ଜଳଧାରଣ ସ୍ତର ୧୨୫.୪୦ ମିଟର ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୪୧୨ ଘନ ମିଟର ଜଳ ପ୍ରବେଶ କରୁଛି। ପାୱାର ହାଉସ ଦ୍ଵାରା ପ୍ରତି ସେକେଣ୍ଡରେ ୬୭୭ ଘନ ମିଟର ଜଳ ନିଷ୍କାସିତ ହେଉଛି । ଏହାଦ୍ବାରା ରେଙ୍ଗାଲି ବନ୍ଧର ନିମ୍ନ ଭାଗରେ ବାସ କରୁଥିବା ଜନସାଧାରଣଙ୍କୁ ଅବଗତ କରାଇ ଦିଆଯାଇଛି।

ପ୍ରଥମ ଥର ପାଇଁ ଆଜି ରାତି ୯ ଟାରେ ସମୟରେ ରେଙ୍ଗାଲି ବନ୍ଧର ୭ ନମ୍ୱର ଗେଟ୍ ଖୋଲା ଯିବ। ଏହା ଦ୍ୱାରା ଆଉ ଅତିରିକ୍ତ ୧୨୫୦ ଘନ ମିଟର ଜଳ ପ୍ରତି ସେକଣ୍ଡରେ ନିଷ୍କାସିତ ହେବ। ତେଣୁ ତଳ ମୁଣ୍ଡରେ ବସ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରାଯାଇଛି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ