PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଯୁବତୀଙ୍କ ସମଲିଙ୍ଗୀ ସାଥୀ ମାମଲା: ଭିଡିଓ କନ୍‌ଫରେନ୍ସିଂ ହାଜର ହେଲେ ପୀଡ଼ିତ, ବୁଧବାର ଚୂଡାନ୍ତ ଶୁଣାଣି

କଟକ,୧୮/୦୮: ଜଣେ ଯୁବତୀ ହାଇକୋର୍ଟରେ ରୁଜୁ କରିଥିବା ହେବିଅସ୍‌ କର୍ପସ ମାମଲାର ଶୁଣାଣି ବେଳେ ସୋମବାର ଯାଜପୁର ଏସ୍‌ପି ଆବେଦନକାରିଣୀଙ୍କ ସମଲିଙ୍ଗୀ ସାଥୀଙ୍କୁ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସିଂ (ଭିସି) ଜରିଆରେ ହାଜର କରିଛନ୍ତି । ପୀଡ଼ିତା ଯୁବତୀ ଖଣ୍ଡପୀଠଙ୍କ ସହ ସିଧାସଳଖ କଥା ହୋଇ ନିଜ ମତ ରଖିଥିଲେ । ପୀଡ଼ିତାଙ୍କ ସହ କଥା ହେବା ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌. କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ବୁଧବାରକୁ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ପ୍ରଥମ ଥର ଲାଗି ପୀଡ଼ିତାଙ୍କ ମା’ ଓ ମାମୁଙ୍କ ପକ୍ଷରୁ ଆଇନଜୀବୀ ଅରୁଣ କୁମାର ବୁଧିଆ ପକ୍ଷ ରଖିଥିଲେ। ପୀଡ଼ିତାଙ୍କର ଇଛା ବିରୋଧରେ ପୁଲିସ୍‌ ତାଙ୍କଠାରୁ ଲେଖା ଲେଖେଇ ନେଇଛି ବୋଲି ସେ ଅଭିଯୋଗ ବାଢ଼ିଥିଲେ। ଆବେଦନକାରିଣୀ ଯୁବତୀ ଚିନ୍ମୟୀ ଜେନା ଓରଫ ସୋନୁ କ୍ରିଷ୍ଣା ଜେନାଙ୍କ ଅଭିଯୋଗ ଅନୁଯାୟୀ ପୀଡ଼ିତା ଯୁବତୀ ଏବଂ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ତାଙ୍କ ସମଲିଙ୍ଗୀ ସାଥୀଙ୍କୁ ତାଙ୍କ ମା’ ଏବଂ ମାମୁ ଜବରଦସ୍ତ ଉଠାଇ ନେବାରୁ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ପୁଲିସ୍‌ କୌଣସି ପଦକ୍ଷେପ ନନେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଯାଜପୁର ଏସ୍‌ପିଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ଏସ୍‌ପିଙ୍କ ପକ୍ଷରୁ ଗତ ଶୁଣାଣିରେ ଲିଖିତ ରିପୋର୍ଟ ଅଦାଲତରେ ଦାଖଲ ହୋଇଥିଲା । ପୀଡ଼ିତା, ଯୁବତୀଙ୍କ ସହ ରହିବାକୁ ଚାହୁଁଥିବା ଏଥିରୁ ଜଣାପଡ଼ିଥିଲା । ପୁଲିସ୍‌ର ଏହି ରିପୋର୍ଟ ପରେ ହାଇକୋର୍ଟ ଯୁବତୀଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯାଜପୁର ଏସ୍‌ପି ତାଙ୍କୁ ହାଜର କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।