ବରଫ ତଳୁ ଉଦ୍ଧାର କରାଗଲା ୫ ନିଖୋଜ ଯବାନଙ୍କୁ

 ନୂଆାଦିଲ୍ଲୀ,୨୩।୨: ହିମାଚଳ ପ୍ରଦେଶର କିନୌରରେ ଗତ ବୁଧବାର ହୋଇଥିବା ବରଫପାତ ଯୋଗୁଁ ଆଇଟିବିପିର ୫ ଜଣ ଯବାନ ବରଫ ତଳେ ପୋତି ହୋଇଯାଇଥିଲେ। ନିଖୋଜ ୫ ଜଣ ଯବାନଙ୍କୁ ଗତ ଶୁକ୍ରବାର ରାତିରେ ଜୀବିତ ଭାବରେ ଉଦ୍ଧାର କରାଯାଇଛି। ମୋଟ ୧୧ ଜଣ ଯବାନ ବରଫରେ ପୋତି ହୋଇଯାଇଥିଲେ। ତାଙ୍କର ସନ୍ଧାନ ସେନା, ଭାରତ-ତିବ୍ଦତ ସୀମା ପୋଲିସ (ଆଇଟିବିପି) ଓ ପୋଲିସର ଏକ ଟିମ୍ ଅପରେସନ୍ ଚଳାଇଥିଳା। ସେ ଦିନ ଜଣେ ଯବାନ ଶହୀଦ ହୋଇଯାଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଅଧିକାରୀଙ୍କ ସୂଚନା ଅନୁସାରେ ସେନାର ୧୬ ଯବାନଙ୍କୁ ତିବ୍ଦତ ସୀମା ପାଖ ନମଝା ଅଞ୍ଚଳରେ ପାଣି ପାଇପ୍ ଲାଇନ୍ ଠିକ୍ କରିବାକୁ ଯାଇଥିଲେ। ଏହି ସମୟରେ ଶିପାକିଲା ପାଖରେ ପ୍ରବଳ ବରଫବୃଷ୍ଟି ହୋଇଥିଲା। ନିଖୋଜ ଯବାନଙ୍କ ସନ୍ଧାନରେ ୧୫୦ ରୁ ଅଧିକ ଯବାନଙ୍କୁ  ଲଗାଯାଇଥିଲା। ପୂର୍ବରୁ ଆଶଙ୍କା କରାଯାଉଥଲା ୩  ଦିନ ଧରି ବରଫ ତଳେ ପୋତି ହେବା କାରଣରୁ କେହି ଯବାନ ଜୀବିତ ନଥାଇ ପାରନ୍ତି।  କିନ୍ତୁ ଶେଷରେ ଯବାନଙ୍କୁ ଉଦ୍ଧାର କରାଯାଇଛି।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜରବୈଜନ ଲଢ଼େଇ: ରୁଷ୍‌ ଏବଂ ତୁର୍କୀ ମୁହାଁ ମୁହିଁ

ଲଦାଖରେ ବ୍ରହ୍ମୋସ, ନିର୍ଭୟ, ଆକାଶ ମିସାଇଲ ମୁତୟନ

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌