ଅଗ୍ନିଶମ ବିଭାଗରେ ଅଦଳ ବଦଳ

ଭୁବନେଶ୍ୱର ୨୧/୧୧: ଅଗ୍ନିଶମ ବିଭାଗରେ ଅଦଳ ବଦଳ । ବରିଷ୍ଠ ଅଗ୍ନିଶମ ଅଧିକାରୀ ସ୍ତରରେ ଅଦଳ ବଦଳ ହୋଇଯାଇଛି । ମହେଶ୍ୱର ସ୍ୱାଇଁଙ୍କଠୁ ଅଗ୍ନି ନିରୋଧକ ଶାଖା ଦାୟିତ୍ୱ କଢାଯାଇ ସୁକାନ୍ତ ସେଠୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଶାଖାର ଚିଫ୍ ଫାୟାର ଅଫିସର ଥିଲେ ମହେଶ୍ୱର । ଏଣିକି ତାଙ୍କ ସ୍ଥାନରେ  ଦାୟିତ୍ୱ ତୁଲାଇବେ ସୁକାନ୍ତ । ଏହା ସହ ଡେପୁଟି ଫାୟାର ଅଫିସର ଅରୁଣ ଷଡଙ୍ଗୀଙ୍କ ବଦଳି ହୋଇଛି । ଅଗ୍ନି ନିରୋଧକ ଶାଖାରୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭାବେ ଭବାନୀପାଟଣା ଗଲେ ଅରୁଣ ଷଡଙ୍ଗୀ । ତାଙ୍କ ସ୍ଥାନରେ ସଲିଲ ପ୍ରକାଶ କିଣ୍ଡୋଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

   ସମ୍ବନ୍ଧିତ ଖବର


ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଆସନ୍ତାକାଲି ଠାରୁ ଆଧୁନିକୀକରଣ କାର୍ଯ୍ୟ ପାଇଁ ରାଉରକେଲା-ଝାରସୁଗୁଡ଼ା ରୁଟ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ବାର୍‌ହା ଫାଶରେ ପଡି ଦନ୍ତାର ଗଲା ଜୀବନ: ୨ ଅଟକ, ଜଣେ ଫେରାର

ଏମିତି ବି ଆସେ ମୃତ୍ୟୁ: ଧାନ ପେଷିବା ବେଳେ ମୁଣ୍ଡ ଗଣ୍ଡି ହୋଇଗଲା ଅଲଗା, ଅନାଥ ହୋଇଗଲେ ୨ ଭାଇ ଭଉଣୀ