ଆଇଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ୩୦/୮: ଆଇଏଏସ୍ ସ୍ତରରେ ଅଦଳ ବଦଳ । ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ଯ ସରକାର । ହେମନ୍ତ ଶର୍ମା ହେଲେ ଶିଳ୍ପ ବିଭାଗ କମିଶନର ତଥା ସଚିବ । ପ୍ରଦୀପ କୁମାର ଜେନା ହେଲେ ଗ୍ରାମ୍ଯ ଉନ୍ନୟନ ସଚିବ । ପ୍ରଦୀପ ଜେନାଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ମୋନା ଶର୍ମା ହେଲେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ । ସଞ୍ଜୀବ ଚୋପ୍ରା ହେଲେ ଗୃହ ବିଭାଗ ସଚିବ । ସଞ୍ଜୀବ ଚୋପ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନାଙ୍କୁ ଏସଆରସି ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ଜେନା ରିଲିଫ କମିଶନର ପଦବୀ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଡ. ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଏମଏସଏମଇ ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ପଦ ସହ ସାଧାରଣ ପ୍ରଶାସନ ଓ ପେନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି। ତାଙ୍କଠାରୁ ଏମଏସଏମଇ ଓ ଓଡିଶା ଖଣି ନିଗମ ଦାୟିତ୍ୱ କାଢି ନିଆଯାଇଛି।

ଗ୍ରିଡକୋ ଏବଂ ଓପିଟିଏଲର ସିଏମଡି ତଥା ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏଥିସହିତ ତାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ ସହ ଇପିକଲର ସିଏମଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିକ୍ରିକର ଏବଂ ଜିଏସଟି କମିଶନର ତଥା ଏସଆରସି ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯିବା ସହ ତାଙ୍କୁ ଓଏଚପିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏଏଣ୍ଡଏଫଇ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ଗ୍ରିଡକୋ ଏବଂ ଓପିଟିସିଏଲର ସିଏମଡି ଏବଂ ଓସିପିଏଲର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି। ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ବିଶାଲ ଗଗନଙ୍କୁ ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ମହିଳା ବିକାଶ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ, ପେନସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

   ସମ୍ବନ୍ଧିତ ଖବର


କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର