ଜିଲ୍ଲାପାଳ ଓ ବରିଷ୍ଠ ଓଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର ୨୨/୮: ବରିଷ୍ଠ ଓଏଏସ୍‌ ଅଧିକାରୀ  ତଥା ଝାରସୁଗୁଡାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ  ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ଉପରେ ଥିବା ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ  ଓଡିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି । ଏହି ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ରାଜସ୍ୱ ପରିଷଦର ଦ୍ୱାରା ଭୁବନେଶ୍ୱରରେ ସ୍ଥାପିତ ରିଭିଜନ୍‌ କୋର୍ଟର ଅତିରିକ୍ତ କମିଶନର ଡକ୍ଟର ଭବାନୀ ମହାନ୍ତିଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ନୟାଗଡ ଗ୍ରାମ୍ୟ ଉନ୍ନୟନ  ସଂସ୍ଥାର ଅତିରିକ୍ତ ନିର୍ଦେଶକ ସନ୍ତୋଷୀ ସାହୁଙ୍କୁ  ରାଜସ୍ୱ ପରିଷଦର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ରାଉରକେଲା ତହସିଲଦାର ବିଶ୍ୱ ରଞ୍ଜନ ରଥଙ୍କୁ ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ