ଲକଡାଉନ୍ ହୋଇନଥିଲେ ଏମିତି ଥାନ୍ତା ଦେଶର କରୋନା ଚିତ୍ର

ନୂଆଦିଲ୍ଲୀ ୨୨/୫: ଯଦି ଦେଶରେ ଲକଡାଉନ ହୋଇନଥାନ୍ତା ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାନ୍ତା । ସ୍ୱାସ୍ଥ୍ୟମନ୍ତ୍ରାଳୟର ସଂଯୁକ୍ତ ପ୍ରେସନ କନଫରେନ୍ସରେ ଶୁକ୍ରବାର କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି କି ଦେଶରେ ଲକଡାଉନ ନ ହୋଇଥିଲେ ଏହାର ପରିଣାମ ଅତି ଗମ୍ଭୀର ହୋଇଥାନ୍ତା । ମନ୍ତ୍ରାଳୟ ତରଫରୁ ପ୍ରବୀଣ ଶ୍ରୀବାସ୍ତବ କହିଛନ୍ତି କି ଲକଡାଉନ ନ ହୋଇଥିଲେ ଏହାର ପରିଣାମ କଣ ହୋଇଥାନ୍ତା ଏନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି ।

ସାଂଖ୍ୟକୀ ବିଭାଗ ଅନୁସାରେ ଲକଡାଉନ ନ ହୋଇଥିଲେ ଦେଶରେ ଆଜି କରୋନା ସଂକ୍ରମଣ ମାମଲା ୩୬ରୁ ୭୦ ଲକ୍ଷ ହୋଇଥାନ୍ତା । ଲକଡାଉନ ଯୋଗୁଁ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇ ହେଲା । କୋଭିଡର ୨୩ ଲକ୍ଷ ମାମଲା ଟଳି ଗଲା । ମୋଟାମୋଟି ଭାବେ କହିବାକୁ ଗଲେ ଲକଡାଉନ ଯୋଗୁଁ ୧୪-୨୯ ଲକ୍ଷ କୋଭିଡ୍ କେସ୍ ଓ ୩୭-୩୮ ହଜାର ଲୋକଙ୍କ ଜୀବନ ବଞ୍ଚାଇ ହେଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲଙ୍କ ଅନୁସାରେ ଦେଶରେ ରିକଭରୀ ରେଟ୍ ବଢୁଛି । ପ୍ରାୟ ୪୧ ପ୍ରତିଶତ ହୋଇଯାଇଛି । ଯେଉଁଠି କେସ୍ ଅଧିକ ଅଛି ସେଠାରେ ସରକାର ଫୋକସ୍ କରୁଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୪୮,୫୩୪ ରୋଗୀ କୋଭିଡରୁ ସୁସ୍ଥ ହୋଇଛନ୍ତି । ୬୬,୩୩୦ ରୋଗୀଙ୍କ ଚିକିତ୍ସା ଚାଲିଛି । ଗତ ୨୪ ଘଣ୍ଟାରେ ୩୩୩୪ ରୋଗୀ ଠିକ୍ ହୋଇଛନ୍ତି । ମୃତ୍ୟୁ ରେଟ୍ ୩.୦୨% ରହିଛି । ICMR ତରଫରୁ ପ୍ରେସ୍ କନଫରେନ୍ସରେ କୁହାଯାଇଛି କି ପ୍ରତି ଦିନ ଦେଶରେ ସାମ୍ପଲ ଟେଷ୍ଟିଂ ସଂଖ୍ୟା ବଢାଯାଉଛି । ଏବଂ ଏପର୍ଯ୍ୟନ୍ତ ୨୭ ଲକ୍ଷ ୫୫ ହଜାର ୭୧୪ ଟେଷ୍ଟ ହୋଇଛି ।

୩୦ ଲକ୍ଷ ପିପିିଇ କିଟ୍ ରାଜ୍ୟଙ୍କୁ ଦିଆଯାଇଛି
ନୀତି ଆୟୋଗ ସଦସ୍ୟ ଡ ଭିକେ ପଲ୍ ଦେଶରେ ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ଦେଶରେ କରୋନା ଭାଇରସର ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ଡା ପଲଙ୍କ କହିବାନୁସାରେ ୩୦ ଲକ୍ଷ ପିପିଇ କିଟ୍ ରାଜ୍ୟମାନଙ୍କୁ ଦିଆଯାଇଛି । କୋଭିଡ୍ କେସରେ ଭେଣ୍ଟିଲେଟର ଆବଶ୍ୟକତା ପଡେନାହିଁ । ଆମେ ପୂର୍ବରୁ ଭାବୁଥିଲୁ କି ଭେଣ୍ଟିଲେଟରର ଅଧିକ ଆବଶ୍ୟକ ପଡିଥାଏ ।

ଦେଶରେ ୮୦ ପ୍ରତିଶତ କରୋନା କେସ୍ ୫ ରାଜ୍ୟରେ
ଡା ପଲ କହିଛନ୍ତି କି ଦେଶରେ ୮୦ ପ୍ରତିଶତ କରୋନା କେସ ୫ ରାଜ୍ୟରେ ଅଛି । ୯୦ ପ୍ରତିଶତ ପର୍ଯ୍ୟନ୍ତ କେସ୍ ୧୦ ରାଜ୍ୟରେ ରହିଛି । ୬୦% କେସ୍ ୫ ସହରରେ, ୭୦% କେସ୍ ୧୦ ସହରରେ, ୮୦% ମୃତ୍ୟୁ ୫ ରାଜ୍ୟରେ ରହିଛି । ସେ କହିଛନ୍ତି କି ଆମକୁ ବହୁତ ସତର୍କ ରହିବାକୁ ପଡିବ । ଏବେ ସୋସିଆଲ ଡିଷ୍ଟାନ୍ସକୁ ଢିଲା ଦେଇ ହେବନି । ଦେଶରେ କରୋନାକୁ ରୋକିବା ପାଇଁ ଲକଡାଉନ୍ ସ୍ପେଶାଲ ପ୍ରୟାସ ଥିଲା । ତେବେ ଲକଡାଉନ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିବନି କାରଣ ଜୀବନ ମଧ୍ୟ ଚଳାଇବାକୁ ପଡିବ ।  

   ସମ୍ବନ୍ଧିତ ଖବର


ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ଲକଡାଉନ୍ ନାମରେ ୟୁପି ପୋଲିସର ଗୁଣ୍ଡାଗର୍ଦ୍ଦି, ରାସ୍ତାରେ ଯାହାକୁ ଦେଖିଲା ମନଇଚ୍ଛା ନିସ୍ତୁକ ପିଟିଲା

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

କେରଳ ଛୁଇଁଲା ମୌସୁମୀ: ବର୍ଷା ଆରମ୍ଭ,୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ