ନୀଳଗିରି (ଆ.ପ୍ର): ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ନିମାଇ ଚରଣ ମାଝୀ ଙ୍କ କୋଭିଡ ରେ ଦେହାନ୍ତ ହୋଇଛି।ନୀଳଗିରି ବ୍ଲକ ଅଧିନ ନରଣପୁର ପଞ୍ଚାୟତ ତେରଲଡ଼ିହି ଗ୍ରାମର ଶ୍ରୀ ମାଝୀ କିଛିଦିନ ଧରି ଅସୁସ୍ଥତା ପରେ ତାଙ୍କର ସ୍ୱାବ ପରୀକ୍ଷା ହୋଇଥିଲା।କୋଭିଡ ସଂକ୍ରମଣ ଚିହ୍ନଟ ପରେ ସେ ଗତ ଏପ୍ରିଲ ମାସ ୨୮ ତାରିଖରୁ ଭୁବନେଶ୍ୱର ସମ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ।ହେଲେ ତାଙ୍କର ଗତ ୯ ତାରିଖ ଦିନ ମୃତ୍ୟୁ ହୋଇଥିଲା।
ତାଙ୍କ ମର ଶରୀର କୁ ସତ୍ୟନଗର ରେ ସତ୍କାର କରାଯାଇଛି।ସେ ଜଣେ ମିଷ୍ଟଭାସି ଓ ମେଳାପୀ ସ୍ୱଭାବର ଥିବା ବେଳେ ତାଙ୍କ ମୃତ୍ୟରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।