PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ନିରାଶ୍ରୟ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ! ବିରୋଧ କରିବାରୁ ପ୍ରବଳ ପିଟିଲେ, ଭିଜିଆଲ୍‌ ଭାଇରାଲ୍‌ ହେବା ପରେ କଡାକାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର – ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ମାଡ ମାରୁଛନ୍ତି ଅବସରା ପ୍ରାପ୍ତ ସେନା କର୍ମଚାରୀ ।  ମହିଳାଙ୍କ ଉପରେ ସେ ଲୋଲୁପ ଦୃଷ୍ଟି ପକାଇଥିବା ଅଭିଯୋଗ ହୋଇଥିଲା । ମାତ୍ର ଏଥିରେ ସଫଳ ହୋଇ ନଥିବାରୁ ସେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମହିଳା ଜଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ନିସ୍ତୁକ ମାଡ ମାରିଛନ୍ତି । ରାସ୍ତାରେ ଗଡାପଡା କରି ମାଡ ମାରୁଥିବାର ଭିଜୁଆଲ୍‌ ଭାଇାରାଲ୍‌ ହୋଇଛି ।   

 ଭିଜୁଆଲରେ ଜଣେ ମହିଳାଙ୍କୁ ନିର୍ଧୁମ ପିଟୁଛନ୍ତି ଜଣେ ବ୍ୟକ୍ତି ।   ଖଣ୍ଡଗିରି ଥାନା ଅନ୍ତର୍ଗତ ସୁବାସ ନଗର  ବସ୍ତିରେ ଏହି ଘଟଣା ଘଟିଛି । ବସ୍ତିରେ ବହୁ ଦିନରୁ ଜଣେ ନିରାଶ୍ରୟ ମହିଳା ରହିଆସୁଥିଲେ । ଆଉ ଏକେଲା ରହୁଥିବା ମହିଳାଙ୍କ ଉପରେ ଲୋଲୁପ ଦ଼ଷ୍ଟି ପକାଇଥିଲେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ।   ଏହାର ପ୍ରତିବାଦ କରିବାରୁ ମହିଳାଙ୍କୁ ବିଚ ରାସ୍ତାରେ ସେନା କର୍ମଚାରୀ ମାଡ ମାରି ତଳେ ପକାଇ ଦେଇଥିବା ଅଭିଯୋଗ ହୋଇଛି ।

ଏବେ ଭିଜୁଆଲ୍‌ ଭାଇରାଲ୍‌ ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର