PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

୨୮ ତାରିଖରେ ଲଞ୍ଚ ହେବ Revolt RV400, ଥରେ ଚାର୍ଜ କଲେ ଯିବ ୧୫୬ କି.ମି.

ନୁଆଦିଲ୍ଲୀ ୨୨/୮: ୨୮ ଅଗଷ୍ଟରେ ଦେଶର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ସୁବିଧା ସହିତ ଇଲେକଟ୍ରିକ୍ ମୋଟରସାଇକେଲ ଲଞ୍ଚ ହେବାକୁ ଯାଉଛି । ଏବେ ଚାରିଆଡେ ଏହି ବାଇକ ସମ୍ପର୍କରେ ଚର୍ଚ୍ଚା ଚାଲିଛି । ଏହି ବାଇକର ମିଡିଆ ଟେଷ୍ଟିଂ ମଧ୍ଯ ହୋଇସାରିଛି । Revolt RV400  ର ପ୍ରି-ବୁକିଂ ଦିଲ୍ଲୀ ଓ ପୁଣେରେ ପ୍ରଥମେ ଆରମ୍ଭ ହୋଇଯାଇଛି ।

ଅନୁମାନ କରାଯାଉଛି Revolt RV400  ର ସମ୍ଭାବିତ ମୂଲ୍ଯ ଏକ ଲକ୍ଷ ଟଙ୍କା ହୋଇପାରେ । Revolt ମୋଟର୍ସ ପ୍ରଥମ RV400କୁ ମୋନେସର ପ୍ଲାଣ୍ଟରେ ରୋଲ୍ ଆଉଟ୍ କରିଛି । ଏହି ପ୍ଲାଣ୍ଟରେ ବାର୍ଷିକ ୧.୨୦ ଲକ୍ଷ ବାଇକ୍ସ ନିର୍ମିତ ହୋଇଥାଏ । Revolt RV400  ରେ ବ୍ଲାକ୍ ଓ ରେଡ୍ କଲର ଅପ୍ସନ ରହିଛି । ଭାରତରେ ଏହି ୨ କଲର୍ ବହୁତ ପସନ୍ଦ କରାଯାଉଛି । ଆରମ୍ଭରେ Revolt RV400   ଇଲେକ୍ଟ୍ରିକ୍ ବାଇକ୍ କେବଳ ଦିଲ୍ଲୀରେ ବିକ୍ରି ହେଉଥିଲା । ମାତ୍ର ଆଗାମୀ ୪ ମାସ ଭିତରେ ଏହା ଅହମଦାବାଦ, ହାଇଦ୍ରାବାଦ, ନାଗପୁର, ପୁଣେ ଏବଂ ବେଙ୍ଗାଲୁରୁରେ ମଧ୍ଯ ଉପଲବ୍ଧ ହେବ ।

ନୂଆ Revolt RV400  ରେ ଅନେକ କନେକ୍ଟିଭିଟି ଫିଚର୍ସ ରହିଛି । ଏହି ବାଇକରେ ୪ଜି ଏଲଟିଇ ସିମ ସିଷ୍ଟମ ରହିଛି ଯାହାକି ଇଣ୍ଟରନେଟ୍ ସମ୍ବନ୍ଧିତ ସମସ୍ତ ଫିଚର୍ସକୁ କାର୍ଯ୍ୟକାରୀ କରିବାରେ ସହାୟକ ହୋଇଥାଏ । ଏଥିରେ ୪ ପ୍ରି-ଲୋଡେଡ୍ ସାଉଣ୍ଡ୍ସ ଦିଆଯାଇଛି । ଚାଳକ ନିଜ ପସନ୍ଦର ସାଉଣ୍ଡକୁ ଚୟନ କରିପାରିବ । ଏହା ଏକ ୟୁନିକ୍ ଫିଚର୍ ।

କମ୍ପାନୀ କହୁଛି ଯେ Revolt RV400   ଥରେ ଫୁଲ୍ ଚାର୍ଜ ହେଲେ ୧୫୬ କିମି ଚାଲିବ ଏବଂ ଏହାର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୮୫ କିଲୋମିଟର । ଏହାକୁ ସହଜରେ ଚାର୍ଜ ମଧ୍ଯ କରିହେବ । ରିଭୋଲ୍ଟ ପୋର୍ଟେବଲ୍ ବ୍ୟାଟେରୀ ଚାର୍ଜର ସହିତ ଅନ୍-ବୋର୍ଡ ଚାର୍ଜିଂ ସୁବିଧା ମଧ୍ଯ ମିଳୁଛି ।