PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ମମତାଙ୍କ ମୁଣ୍ଡ କାଟ ପାଇଁ ପୁରସ୍କାର ଘୋଷଣା କରିଥିବା ନେତାଙ୍କୁ ଗିରଫ କରିବାକୁ ଯାଇ ହଟହଟା ହେଲା ବେଙ୍ଗଲ ପୁଲିସ୍

pic-livehindustan.com

କୋଲକାତା: ମମତା ବାନାର୍ଜୀଙ୍କ ମୁଣ୍ଡ କାଟ କଲେ ୧୧ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିବା ବିଜେପି ନେତାଙ୍କୁ ଗିରଫ କରିବାକୁ ଯାଇଥିବା କୋଲକାତା ପୁଲିସଙ୍କୁ ହଟହଟା ହେବାକୁ ପଡ଼ିଛି। ବିଜେପି ନେତାଙ୍କୁ ଗିରଫ କରିବାକୁ ଅଲିଗଡ଼ ଆସିଥିବା ବେଙ୍ଗଲ ପୁଲିସକୁ ଲୋକମାନେ ଘେରିଯାଇ ଘରେ ବନ୍ଦ କରି ପିଟିଥିଲେ। ଖବର ପାଇ ବିଜେପି ବିଧାୟକ ଓ ସାଂସଦ ନିଜ ସମର୍ଥକଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ପୁଲିସ ସହଯୋଗରେ ସେଠାରେ ପହଞ୍ଚିଥିବା ସିଓଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ସ୍ଥାନୀୟ ପୁଲିସ ବେଙ୍ଗଲ ପୁଲିସ ଟିମ୍‌କୁ ବିଜେପି ସମର୍ଥକଙ୍କ କବଳରୁ ବାହାର କରି ଥାନାକୁ ନେଇଯାଇଥିଲେ। ଏହାପରେ ବିଜେପି ସମର୍ଥକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ।

ବିଜେପି ଯୁବ ମୋର୍ଚ୍ଚାର ପୂର୍ବ ମଣ୍ଡଳ ଅଧକ୍ଷ ଯୋଗେଶ ବର୍ଷନେ ୨୦୧୭ ମସିହାରେ ମମତାଙ୍କ ମୁଣ୍ଡ କାଟ ପାଇଁ ୧୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ଘଟଣାରେ ଯୋଗେଶଙ୍କ ବିରୋଧରେ କୋଲକାତାରେ ୩ଟି ମାମଲା ରୁଜୁ କରାଯାଇଥିଲା। ପୂର୍ବରୁ ଅନେକ ପୁଲିସ ଯୋଗେଶକୁ ଗିରଫ କରିବାକୁ ଆସିଥିବା ବେଳେ ଏଥର ବି ବେଙ୍ଗଲ ପୁଲିସ ନିରାଶ ହୋଇଛି।

ଶୁକ୍ରବାର ସ୍ଥାନୀୟ ଗାନ୍ଧୀ ପାର୍କ ପୁଲିସ ସହାୟତାରେ ଯୋଗେଶଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚିଥିଲା। ହେଲେ ଯୋଗେଶଙ୍କର ସମର୍ଥକମାନେ ଖବର ପାଇ ତୁରନ୍ତ ପୁଲିସକୁ ଘେରିଯାଇ ଘରେ ପୂରାଇ ପିଟିଥିଲେ। ଖବର ପାଇ ସାଂସଦ ସତୀଶ ଗୌତମ କୋଲ ବିଧାୟକ ଅନୀଲ ପାରାଶର ଓ ଶହର ବିଧାୟକ ସଂଞ୍ଜୀବ ରାଜା ଘଟଣା ସ୍ଥଳରେ ପହଞ୍ଚି ସମର୍ଥକଙ୍କ ସହିତ ହଙ୍ଗାମା କରିଥିଲେ।