PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

କୁଆଡ଼େ ଗଲା ୧୫ କୋଟି ଟଙ୍କା ? ଆଜି ରିୟାଙ୍କ CA କୁ ପଚରାଉଚରା କରିବ ଇଡି

english.newstracklive.com

ମୁମ୍ବାଇ ୧୭।୮ : ସୁଶାନ୍ତ ସିଂ ରାଜପୁତ ମାମଲାରେ ଇଡି ତଦନ୍ତ ଜାରି ରହିଛି। ମନି ଲଣ୍ଡରିଂ ମାମଲାକୁ ନେଇ ଗତ କିଚି ଦିନରୁ ଲୋକଙ୍କୁ ପଚରାଉଚରା କରୁଛନ୍ତି। ସୋମବାର ଇଡି ପଚରାଉଚରା ପାଇଁ ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ମୋଦିଙ୍କୁ ଡାକିଛନ୍ତି।

ଆଜି ରିୟାଙ୍କ ସିଏ ରିତେଶ ମୋଦିଙ୍କୁ ଇଡି ପଚରାଉଚରା କରିବ। ରିତେଶ ମୋଦିଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଫାଇନାନ୍ସ, ଇନ୍‌କମ୍‌ ଏବଂ ଖର୍ଚ୍ଚ ବିଷୟରେ ପଚରାଯିବ। ଇଡି ଏପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତ ମାମଲାରେ ଅନେକ ଲୋକଙ୍କୁ ପ୍ରଶ୍ନ କରିସାରିଛନ୍ତି। ଏଥି ମଧ୍ୟରେ ରିୟା ଏବଂ ପରିବାର ସମେତ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ, ଅଭିନେତାଙ୍କ ପୂର୍ବତନ ବ୍ୟବସାୟ ପରିଚାଳକ ଶ୍ରୁତି ମୋଦି ଏବଂ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନିଙ୍କ ନାଁ ସାମିଲ ରହିଛି।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ପିତା ରିୟାଙ୍କୁ ତାଙ୍କ ପୁଅର ଆକାଉଣ୍ଟରୁ ୧୫କୋଟି ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଇଡି ଏ ବିଷୟରେ ଜାଣିବା ପାଇଁ ତଥ୍ୟ ଖୋଜୁଛି । ଏହା ବ୍ୟତୀତ ସୁଶାନ୍ତ ମାମଲାର ତଦନ୍ତରେ ସିବିଆଇ ମଧ୍ୟ ଜଡିତ ଅଛି। ସେ ଅନେକ ଲୋକଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ। ଏହାର ତଦନ୍ତକୁ ନେଇ ସିବିଆଇ କଡା ଆଭିମୁଖ୍ୟ ଗ୍ରହଣ କରିଛି।

ଅନ୍ୟପଟେ ସୁଶାନ୍ତ ମାମଲାର ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସିନାହିଁ। ମୁମ୍ବାଇ ପୋଲିସ କିମ୍ବା ସିବିଆଇ ଏହି ମାମଲାର ତଦନ୍ତ କରିବ କି ନାହିଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି। ସୋସିଆଲ ମିଡିଆରେ ସୁଶାନ୍ତ ମାମଲା ଉପରେ ସିବିଆଇ ତଦନ୍ତର କ୍ରମାଗତ ଦାବି ରହିଛି। ଏହି ଅଭିଯାନରେ ସୁଶାନ୍ତଙ୍କ ଭଉଣୀ ଏବଂ ବନ୍ଧୁମାନେ ସମସ୍ତେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର