ସୁଶାନ୍ତଙ୍କ ମାମଲା – ଭଉଣୀଙ୍କୁ ୧୦ ଘଣ୍ଟା , ଭାଇକୁ ୧୮ ଘଣ୍ଟା ଜେରା

ମୁମ୍ୱାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡ଼ି ତାର ତଦନ୍ତଙ୍କୁ ଜୋରସୋର କରିଛି । ଖବର ଆସିଛି କି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଘଣ୍ଟା ଜେରା କରିଛି ଇଡି। ଏହା ପୂର୍ବରୁ ତାଙ୍କ ଭାଇ ଶୋଭିକ୍‌ ଚକ୍ରବର୍ତ୍ତୀଙ୍କୁ ୧୮ ଘଣ୍ଟା ଜେରା କରିଥିଲା ଇଡ଼ି । ଏହି ଜେରାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଅର୍ଥ ହେରଫେର ନେଇ ପଚରା ଯାଇଥିଲା । ସୁଶାନ୍ତ ସିଂହ ହତ୍ୟା ମାମଲା : ସୁପ୍ରିମ୍‌କୋର୍ଟରେ ରିୟା କହିଲେ , ଆଉ ଦୁଇ ଜଣ ଅଭିନେତା ଆତ୍ମହତ୍ୟା କଲେ ତାଙ୍କର ଚର୍ଚ୍ଚା ହେଉନି, ମୋତେ କାହିଁକି ଦୋଷୀ କରାଯାଉଛି

ସୁଶାନ୍ତ ସିଂହ ରାଜପୁତଙ୍କର ପିତା କେକେ ସିଂହ ରିୟା ଓ ତାଙ୍କର ପରିବାର ଉପରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଥିଲେ । ଏହା ସହ ସେ କହିଥିଲେ କି ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଦ୍ୱିତୀୟ ବିବାହ କରି ନାହାଁନ୍ତି : ଦିବଙ୍ଗତ ଅଭିନେତାଙ୍କ ମାମୁଁ କହିଲେ -ମିଛ କହୁଛନ୍ତି ସଞ୍ଜୟ ରାଉତ

ସୂଚନା ମୁତାବକ, ଇଡି ରିୟା ସମେତ ତାଙ୍କର ଭାଇ ,ପିତା ,ସୁଶାନ୍ତଙ୍କର ଏକ୍ସ -ବିଜନେସ୍‌ ମ୍ୟାନେଜର ଶ୍ରୁତି ମୋଦି , ସିଦ୍ଧାର୍ଥ ପିଠାନୀଙ୍କୁ ସୋମବାର ଦିନ ଜେରା କରିଛି । ଏହି ଜେରାରେ ଇଡି ଜାଣିବାକୁ ଚାହୁଁଥିଲା କି ଏତେ କମ୍‌ ଆୟରେ ରିୟା କେମିତି ୭୬ ଲକ୍ଷ ଟଙ୍କାର ସେୟାର କିଣିଥିଲେ । ଏହା ସହ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର କରିବାର ଅଭିଯୋଗ ରିୟା ଓ ତାଙ୍କ ପରିବାର ଉପରେ ଥିଲା ।

   ସମ୍ବନ୍ଧିତ ଖବର


Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା