PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ବିଚରା ରିୟା : ଦିନେ ମିଡ଼ିଆକୁ ପୋଜ୍ ଦେଉଥିଲେ, ଆଜି ମୁହଁ ଲୁଚାଇ ଚାଲିଯାଉଛନ୍ତି

amarujala.com

ମୁମ୍ବାଇ ୧୩।୮ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ ଜାରି ରହିଛି। ସିବିଆଇ ବ୍ୟତୀତ ଇଡ଼ି ମଧ୍ୟ ଏହି ମାମଲାରେ ଜୋରସୋର୍‌ ଛାନ୍‌ଭିନ୍‌ ଜାରି ରଖିଛନ୍ତି। ଚାରିଆଡ଼େ ଗୋଟିଏ ହିଁ ନାଁ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

ସବୁବେଳେ ଗ୍ଲାମରସ୍‌ ଅନ୍ଦାଜରେ ନଜର ଆସୁଥିବା ରିୟାଙ୍କ ପାଖରେ ଏବେ କିନ୍ତୁ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାଙ୍କ ଚେହେରାରେ ଆଉ ସେହି ଦୃଢ଼ ବିଶ୍ବାସ ନଜର ଆସୁନାହିଁ। ଯେଉଁଠାରେ ପ୍ରଥମେ ମିଡ଼ିଆକୁ ଦେଖିଲେ ରିୟା ପୋଜ୍‌ ଦେଉଥିଲେ, ତାହା ଆଜି ଆଉ ନାହିଁ। ବରଂ ମିଡ଼ିଆକୁ ଦେଖିଲେ ମୁହଁ ଲୁଚାଇ ବିନା ଜବାବ୍‌ ଦେଇ ପଳାଇଯାଉଛନ୍ତି।

୧୯୯୨ ଜୁଳାଇ ୧ ତାରିଖରେ ରିୟା ଚକ୍ରବର୍ତ୍ତୀ ଜନ୍ମ ହୋଇଛନ୍ତି। ରିୟା ପ୍ରାୟ ୧ ବର୍ଷରୁ ସୁଶାନ୍ତଙ୍କ ଲିଭ୍‌-ଇନ୍‌ ପାର୍ଟନର ଥିଲେ। ରିୟାଙ୍କ ବାପା ଆର୍ମିରେ ଡାକ୍ତର ଓ ମା’ ହାଉସଓ୍ବାଇଫ୍‌ ଅଟନ୍ତି। ସୁଶାନ୍ତ ବାପା ରିୟାଙ୍କ ପରିବାର ଉପରେ ଆତ୍ମହତ୍ୟା ପାଇଁ ଉସକେଇବା, ଅପରାଧିକ ଷଡଯନ୍ତ୍ର ରଚିବା, ଚୋରି, ଠକେଇ ଏବଂ ଧମକ ଦେଇଥିବା ଅଭିଯୋଗ କରିବା ସହିତ ମାମଲା ରୁଜୁ କରିଛନ୍ତି।

୨୦୦୯ରେ ଛୋଟ ପରଦାରେ ଏମଟିଭି ରିୟଲିଟି ସୋ ଟିଭିଏସ୍‌ ସ୍କୁଟି Teen Diva ରୁ ରିୟା ନିଜ କ୍ୟାରିଅରର ଆରମ୍ଭ କରିଥିଲେ। ଏହି ସୋରେ ବିଜେତା ତ ହୋଇପାରିନଥିଲେ କିନ୍ତୁ ରନରଅପ୍‌ ହୋଇ ନିଜକୁ ସନ୍ତୋଷ କରିବାକୁ ପଡ଼ିଲା। ଏହା ପରେ ସେ ଦିଲ୍ଲୀରେ ଏମଟିଭିର ଭିଡ଼ିଓ ଜକି ପାଇଁ ଅଡିସନ୍‌ ଦେଇଥିଲେ ଏବଂ ସିଲେକ୍ଟ ହୋଇଯାଇଥିଲେ।

ରିୟାଙ୍କୁ ନିଜର ପ୍ରଥମ ବ୍ରେକ୍‌ ୨୦୧୨ରେ ତେଲୁଗୁ ଫିଲ୍ମ ’ତୁନେଗା ତୁନେଗା’ ଜରିଆରେ ମିଳିଥିଲା। ଆୟୁଷ୍ମାନ୍‌ ଖୁରାନାଙ୍କ ସହିତ ମ୍ୟୁଜିକ୍ ଆଲବମ ’ଓ ହିରିଏ’ରେ ମଧ୍ୟ ନଜର ଆସିଥିଲେ। ରିୟାଙ୍କ ନାଁ ଆଦିତ୍ୟ ରୟ କପୁରଙ୍କ ସହିତ ମଧ୍ୟ ଯୋଡ଼ି ହୋଇ ସାରିଛି। ଉଭୟଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳୁଥିଲା।

୨୦୧୩ରେ ରିୟା ନିଜର ବଲିଉଡ ବ୍ରେକ୍‌ ପାଇବାରେ ସଫଳ ହୋଇଥିଲେ। ରିୟା ବଲିଉଡରେ ଫିଲ୍ମ ‘ମେରେ ଡାଡ୍‌ କି ମାରୁତି’ରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଫିଲ୍ମ ସୋନାଲି କେବଲରେ ରିୟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୭ରେ ହାଫ୍‌ ଗାର୍ଲଫ୍ରେଣ୍ଡ ଏବଂ ଦୋବାରା : ସି ୟୋର୍‌ ଇଭିଲ୍‌ ଭଳି ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟା ସେତେଟା ଜମିନଥିଲା।

ରିୟା ମହେଶ ଭଟ୍ଟଙ୍କ ଫିଲ୍ମ ’ଜଲେବି’ରେ ଅଧିକ ଚର୍ଚ୍ଚାରେ ଆସିଥିଲେ। ଏହା ପୂର୍ବରୁ ସୋନାଲୀ କେବଲ, ବ୍ୟାଙ୍କ୍‌ ଚୋର୍‌ ଭଳି ଫିଲ୍ମରେ ମଧ୍ୟ ନଜର ଆସିଥିଲେ। ତେବେ ଦେଖାଯିବ ତ ୮ ବର୍ଷର ଫିଲ୍ମ କ୍ୟାରିଅରରେ ରିୟାଙ୍କ ଫିଲ୍ମ ସେତିକି ଶୀର୍ଷରେ ପହଞ୍ଚିପାରିନାହିଁ।