NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ମୁମ୍ୱାଇ –  ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ  ଡ୍ରଗ୍ସ  ଲିଙ୍କ୍‌ର  ତଦନ୍ତ କରୁଥିବା  ଏନସିବି  କୋର୍ଟରେ  ଏକ ବଡ଼ ଖୁଲାସା କରିଛନ୍ତି ।  କହିଛନ୍ତି ଅଭିନେତ୍ରୀ  ରିୟା  ଚକ୍ରବର୍ତ୍ତୀ   ଡ୍ରଗ୍ସ  ସିଣ୍ଡିକେଟ୍‌ର  ଆକ୍ଟିଭ୍  ସଦସ୍ୟ ଥିଲେ , ଯେଉଁଥିରେ ହାଇ ସୋସାଇଟିର  ଅନେକ  ଜଣାଶୁଣା ଲୋକ ଓ ଡ୍ରଗ୍ ସପ୍ଲାୟର୍ସ ସାମିଲ ରହିଛନ୍ତି ।  ଏନସିବି କହିଛି  ଡ୍ରଗ୍ସ ର ସେବନ  କରିବା ମାମଲାରେ ରିୟା ଚକ୍ରବର୍ତ୍ତୀ  ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ  ପ୍ରବର୍ତ୍ତେଇବାର ଅଭିଯୋଗ ରହିଛି ।

ଏହି ତଦନ୍ତ ଏଜେନ୍ସି କହିଛି କି  ସମ୍ପୂର୍ଣ୍ଣ ଘଟଣାକୁ ଦେଖି ଏହା ସାମନାକୁ ଆସୁଛି କି ,  ରିୟା ଚକ୍ରବର୍ତ୍ତୀ  ଏହି  କଥାରେ  ଅବଗତ ଥିଲେ କି ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍‌ର ସେବନ କରୁଥିଲେ  ଏବଂ  ଏହି  ସମୟରେ  କେବଳ ଖାଲି  ତାଙ୍କୁ  ଏମିତି  କରିବାକୁ  ପ୍ରବର୍ତ୍ତେଇ  ନଥିଲେ , ତାଙ୍କୁ  ସେ ପୁରା କଥା ମଧ୍ୟ  ଲୁଚାଇଥିଲେ ।  ଏହା ସୁଶାନ୍ତଙ୍କର  ମୃତ୍ୟୁରେ ରିୟାଙ୍କର  ଭୂମିକା  ବିଷୟରେ  ଏ ପର୍ଯ୍ୟନ୍ତ  ସବୁଠୁ ବଡ଼ ଖୁଲାସା  ଅଟେ ।

SSR Case: Now Drug Peddler Says he Was Physically Assaulted by NCB, Made to Sign Blank Paper

ଉଲ୍ଲେଖନୀୟ  ଯେ, ଏନ୍‌ସିବି  ପୁଣି ଥରେ ରିୟା ଚକ୍ରବର୍ତ୍ତୀଙ୍କର ବେଲ୍‌ ପିଟିସନକୁ ବିରୋଧ  କରିଛି  ଏବଂ  କହିଛି  ତାଙ୍କ  ବିରୁଦ୍ଧରେ ଏମିତି ଅନେକ  ପ୍ରମାଣ ମିଳିଛି ,ଯେଉଁ ଥିରେ  ଜଣାପଡ଼ିଛି କି  ସେ ଡ୍ରଗ୍ସ  ଟ୍ରାଫିକିଙ୍ଗ ରେ ସାମିଲ  ଅଛନ୍ତି ।  ଏନସିବି ଏହା ସ୍ପଷ୍ଟ କରି ଦେଇଛି କି  ଏକ  ଅପରାଧିକ ଚକ୍ରାନ୍ତ ଅନୁସାରେ  ରିୟା ଡ୍ରଗ୍ସର ନେଣଦେଣ  ପାଇଁ  ଅନ୍ୟ ଅଭିଯୁକ୍ତଙ୍କୁ  ସମର୍ଥନ କରୁଥିଲେ । ସେ  ଏମିତି କରିବା ପାଇଁ  ସହଯୋଗ ଦେଉଥିଲେ  ଏବଂ ଟଙ୍କାରେ ବି  ତାଙ୍କର ସାହାଯ୍ୟ କରିଛନ୍ତି ।

ଏନସିବିର ଜୋନଲ  ନିର୍ଦ୍ଦେଶକ ସମୀର  ୱାନଖେଡେଙ୍କ ଦ୍ୱାରା ବମ୍ୱେ ହାଇକୋର୍ଟରେ ଦାଖଲ ହୋଇଥିବା  ଆଫିଡେଭିଟିରେ ରିୟା ବୟାନ ଦେଇଛନ୍ତି କି, ସେ ସାମୁଏଲ ମିରାଣ୍ଡା  ଓ ଦୀପେଶ  ସାୱନ୍ତଙ୍କୁ  ଏହି ଡ୍ରଗ୍ସର  ଟଙ୍କା  ଦେଇଛନ୍ତି । ଯାହାକୁ ସେ  ପରେ ସୁଶାନ୍ତଙ୍କୁ ସେବନ କରିବାକୁ ଦେଇଥିଲେ ।  

Rhea Chakraborty's Bail Plea Live Updates: Bombay High Court to Hear Today

ଏନ୍‌ସିବି ଆହୁରି ମଧ୍ୟ ଏହା ସ୍ପଷ୍ଟ କରିଛି କି ଯେଉଁ ଡ୍ରଗ୍ସ ପାଇଁ ଟଙ୍କା ଦିଆଯାଇଥିଲା , ଏହା ବ୍ୟକ୍ତିଗତ ବ୍ୟବହାର ପାଇଁ ନଥିଲା ।  ଏହା ଅନ୍ୟ କାହା ପାଇଁ ମଗାଯାଇଥିଲା  ଏବଂ ଏହା ଏନଡିପିଏସ୍‌ ୧୯୮୫ ଧାରା ୨୭ ଏ ଅନୁସାରେ ଆସୁଛି।  

ଏନ୍‌ସିବି  ଏକ ଆଫିଡେଭିଟିରେ କହିଛି କି ତଦନ୍ତ  ଏକ  ମହତ୍ତ୍ୱପୂର୍ଣ୍ଣ ସ୍ତରରେ ରହିଛି ଏବଂ ଯଦି ଏହି ସମୟରେ ରିୟାଙ୍କୁ ବେଲ୍‌ ମିଳୁଛି ତ ଏଥିରେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ।    

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …