PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଆସିଲା ରିୟା-ସୁଶାନ୍ତଙ୍କ ହ୍ବାଟସ୍ଆପ୍ ଚାଟ୍ ଡିଟେଲ୍ସ : ରାଗିଥିଲେ ତାଙ୍କ ଭଉଣୀଙ୍କ ଉପରେ !

ମୁମ୍ବାଇ ୮।୮ :  ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତାଙ୍କ ପିତା କେ.କେ ସିଂ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ଏବଂ ସମଗ୍ର ମାମଲାକୁ ଓଲଟାଇ ଦେଇଛନ୍ତି। ଗୋଟିଏ ପଟେ ରିୟା ଅଭିଯୁକ୍ତ ହୋଇଥିବାବେଳେ ରିୟା ମଧ୍ୟ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାରେ ଲାଗିପଡ଼ିଛନ୍ତି। ସୁଶାନ୍ତଙ୍କ ଗ୍ରେଟିଚ୍ୟୁଡ ତାଲିକା ସେୟାର କରିବା ପରେ ରିୟାଙ୍କ ଓକିଲ ସୁଶାନ୍ତଙ୍କ ସହ ଅଭିନେତ୍ରୀଙ୍କ ହ୍ବାଟସ୍ ଆପ୍ ଚାଟ୍ ର ସ୍କ୍ରିନସଟ୍ ସେୟାର କରିଛନ୍ତି।

ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଯେଉଁ ହ୍ବାଟସ୍ ଆପ୍ ଚାଟ୍ ସେୟାର ହୋଇଛି ତାହା ଆପଣ ମଧ୍ୟ ଦେଖିପାରିବେ। ସୁଶାନ୍ତଙ୍କ ତରଫରୁ ଲେଖା ଯାଇଛି କି-ତୁମର ପରିବାର ବହୁତ ଭଲ। ସାର୍ (ରିୟାଙ୍କ ପିତା) ବହୁତ ଠିକ୍‌ ଅଟନ୍ତି। ଶୋଭିକ୍ ସହାନୁଭୂତିରେ ପରିପୂର୍ଣ୍ଣ ଏବଂ ତୁମେ ମଧ୍ୟ ଯାହା କରିଛ ମୋର, ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ପଛରେ ତୁମର ଯଥେଷ୍ଟ କାରଣ ରହିଛି। ତୁମ ସମସ୍ତଙ୍କ ପାଖରେ ରହିବା ମୋ ପାଇଁ ଖୁସିର କଥା ଅଟେ। ରକଷ୍ଟାର ହେବା ପାଇଁ ଚିୟର୍ସ ମେରି ମେରି।

ସୁଶାନ୍ତ ଆଗକୁ ଆହୁରି ଲେଖିଛନ୍ତି କି- ଦୟାକରି ତୁମେ ସବୁବେଳେ ହସୁ ଥାଓ। ତୁମେ ଏମିତି ବହୁତ ଭଲ ଲାଗ। ମୁଁ ଏବେ ଶୋଇବାକୁ ଚେଷ୍ଟା କରୁଛି। କାସ୍‌ ମୋତେ ଜମିଲା ଭଳି କିଛି ସ୍ବପ୍ନ ଆସୁ। କେତେ ଭଲ ହେବ ନା ? ଟା ଟା…

ଏଥିରେ ରିୟା ଜବାବ୍‌ ଦେଇଛନ୍ତି କି-  ହା ହା… ଯାଓ ଶୋଇପଡ଼ ମୋର ପ୍ରିୟ ପୁଅ… ଶୋଇଦିଅ … ବିମାନ ଅବତରଣ କରିବା ପରେ ମୁଁ ତୁମକୁ କଲ୍‌ କରି ଡାକିବି ଏବଂ ଆଶା କରେ ତୁମେ ଚନ୍ଦ୍ରରେ ଅବତରଣ କରିବ … ଯାଓ ଶୋଇପଡ଼ ସ୍ବିଟ୍‌ ବାବା ବୟ ।’ ଏହି ଚାଟ୍ ସନ୍ଧ୍ୟା ୬ଟା ୮ମିନିଟ୍‌ ରୁ ୬ଟା ୧୪ମଧ୍ୟରେ ହୋଇଥିଲା ।

ଏହାପରେ ରାତି ୮ଟା ୫ ମିନିଟ୍‌ରେ ରିୟା ପୁଣି ଥରେ ସୁଶାନ୍ତଙ୍କୁ ମେସେଜ୍‌ କରିଥିଲେ। ରିୟା ସୁଶାନ୍ତଙ୍କୁ ତାଙ୍କ ହାଲ୍‌ ଚାଲ୍‌ ବିଷୟରେ ପଚାରିଥିଲେ। ଏଥିରେ ସୁଶାନ୍ତ ଜବାବ୍ ଦେଲେ- ‘ଭଲ ନାହିଁ..ମୋ ଭଉଣୀ ବର୍ତ୍ତମାନ ସିଡ୍ ଭାଇଙ୍କୁ ଭିକ୍ଟିମ୍ କାର୍ଡ ଖେଳି ମନିପୁଲେଟ୍‌ କରୁଛନ୍ତି ଯାହା ଦ୍ବାରା ଏହି ପୁରା କଥା ଉପରେ ଧ୍ୟାନ ବାହାରି ( ସେହି କଥା ଯାହାକୁ ମୁଁ ଏବଂ ତୁମେ ପଛରେ ଛାଡ଼ି ଦେଇଛେ) । ଏହା ପରେ ସୁଶାନ୍ତ ଏବଂ ରିୟାଙ୍କ ଚାଟ୍‌ ସାଢ଼େ ଦଶଟାରେ ହୋଇଥିଲା। ପ୍ରଥମେ ରିୟା କହିଥିଲେ କି, ସେ ତାଙ୍କୁ ମିଟିଂ ପରେ କଲ୍‌ କରନ୍ତୁ। ତାପରେ ସୁଶାନ୍ତ କହିଥିଲେ କି, (ପ୍ରିୟଙ୍କାଙ୍କ ପାଇଁ) ତୁମେ ତାଙ୍କୁ କର, ଏଭଳି କାମ ପାଇଁ , ମଦ ନିଶାରେ ଟଣାଓଟରାରେ ତୁମେ ଭିକ୍ଟିମ୍‌ କାର୍ଡ ଖେଳ ଖେଳି ତାଙ୍କ ଘୋଡାଇବାକୁ ଚେଷ୍ଟା କରୁଛ, ମୋର ପ୍ରିୟ ଭଉଣୀ, ସେଠାରେ ମୋ ମା’ ରହୁଛନ୍ତି ଏବଂ ଭଗବାନ ଅଛନ୍ତି। ଯିଏ ମୋତେ ଶିଖାଇଛନ୍ତି ଏବଂ ସେହି ଅନୁସାରେ ତୁମେ ଏକ ଅପରାଧ କରିଛ।

‘ଯଦି ତୁମର ଅହଂକାର କାରଣରୁ କିଛି ନଜର ଆସୁନାହିଁ, ତାହେଳେ ପୁଣି ଭଗବାନ ହିଁ ତୁମର ଭଲ କରନ୍ତୁ। କାରଣ ମୁଁ ଭୟ କରେନାହିଁ, ମୁଁ ଆଗକୁ ବି ସେହି କାମ ଜାରି ରଖିବି, ଯାହା ଏବେ ପର୍ଯ୍ୟନ୍ତ କରିଛି। ମୁଁ ଦୁନିଆରେ ଅବଶ୍ୟ ପରିବର୍ତ୍ତନ ଆଣିବି। ଭଗବାନ ଏବଂ ପ୍ରକୃତିକୁ ହିଁ ଏହି ନିଷ୍ପତ୍ତି କରିବାକୁ ଦେବା କି, କାହା କାମ ତ ଠିକ୍ ଅଛି।

ସୁଶାନ୍ତ ଆଗାମୀ ମେସେଜ୍‌ ଯାହା ରିୟାଙ୍କୁ ପଠାଇଥିଲେ ତାହା ସିଡ୍‌ଙ୍କ ପାଇଁ ଥିଲା। ଯେଉଁଥିରେ ଲେଖାଥିଲା କି- ସେ ତୁମକୁ ମୋ ଆଖି ସାମ୍ନାରେ ମାରିଲେ ଏବଂ ମୋ ଭଉଣୀ କଲା ଯେଉଁ ଲୋକ ବୁଝୁଛନ୍ତି କି, ମଦ ନିଶାରେ କରିଛି ଏବଂ ତୁମେ ତାର ଭିକ୍ଟିମ୍‌ କାର୍ଡ କଥା ମାନୁଛ ମଧ୍ୟ।

ଦୟାକରୀ ମୋତେ ଏହା ବି ଜଣାଓ କି ତୁମେ ଏବଂ  ମୁଁ ଋଷିକେଶ ବସରେ କଣ କଣ କରିଥିଲେ। ତେଣୁ ତ ଆମେ ଦୁହେଁ ବାରମ୍ବାର ଲଜ୍ଜିତ ହେଉଛନ୍ତି। ଯଦି ଆମେ ଭଉଣୀଙ୍କ ତରଫରୁ ଦେଖିବା ତାହେଲେ ମୁଁ ମହିଳାଙ୍କୁ ଇଜ୍ଜତ କରେ କିନ୍ତୁ ସେ ଏହା ବି ଶିଖାଇଛନ୍ତି କି, ସବୁବେଳେ ସତ୍ୟର ସାଥ୍‌ ଦେବା ଏବଂ ଯାହା ସତ୍ୟ ତାହାକୁ ଭୟ କର ନାହିଁ। ‘କଣ ତୁମକୁ ଲାଗୁଛି କି, ଝଗଡ଼ା କଲାଭଳି ମୋର କୌଣସି କଥା ଏକ ସମସ୍ୟା ଅଟେ ଏବଂ ତାଙ୍କ କାମ ଠିକ୍‌। ଭାଇ ମୁଁ ସମ୍ପର୍କ ଛାଡ଼ି ଦେବି ଏବଂ ଦୁନିଆରେ ପଜିଟିଭ୍‌ ପରିବର୍ତ୍ତନ ଆଣିବା ପାଇଁ ଯାହା କରୁଛି ସେଥିରେ ହିଁ ଲାଗିପଡ଼ିବ। ତୁମେ ତାହା କର ଯାହା ତୁମକୁ ଭଲ ଲାଗୁଛି।

ଉଭୟଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତା କେଉଁଠି ନା କେଉଁଠି ଭଉଣୀ ପ୍ରିୟଙ୍କା ସିଂହଙ୍କ ଆଡ଼କୁ ସଙ୍କେତ ଦେଉଛି। ଏହି ମେସେଜକୁ ଦେଖିଲେ ଲାଗୁଛି କି, ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଡଙ୍କ ଉପରେ ହାତ ଉଠାଇଥିଲେ। ଯାହାର ବିରୋଧ ସୁଶାନ୍ତ କରୁଥିଲେ। ଏହି ହ୍ବାଟସ୍ ଆପ୍ ଚାଟରେ ରିୟାଙ୍କ ତରଫରୁ ସୁଶାନ୍ତଙ୍କୁ ସପୋର୍ଟ ମିଳୁଥିବାର ନଜର ଆସିଛି। ସୁଶାନ୍ତ ଏଥିରେ ସବୁ ସମ୍ପର୍କ ଛାଡ଼ିଦେବାକୁ ବି କହିଛନ୍ତି।

ସମ୍ବନ୍ଧିତ ଖବର