‘ଏବେ ମୁଁ ବି ଚାହୁଁଛି ଆତ୍ମହତ୍ୟା କରିବାକୁ…ଏଥିପାଇଁ ଦାୟୀ କିଏ ରହିବ’

ମୁମ୍ବାଇ ୨୮।୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ରିୟା ଚକ୍ରବର୍ତ୍ତୀ। ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସବୁ ଗୁମର ଖୋଲିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିଜେ ସ୍ପଷ୍ଟ କରିଛନ୍ତି ରିୟା। ସାମ୍ବାଦିକ ଜଣଙ୍କ ରିୟାଙ୍କୁ ଅନେକ ତୀକ୍ଷ୍ଣ ପ୍ରଶ୍ନ ପଚାରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା, ଡ୍ରଗ୍ସ ମାମଲା, ସୁଶାନ୍ତଙ୍କ ପରିବାର ସହ ସମ୍ପର୍କ, ସିବିଆଇ ତଦନ୍ତ, ଅଙ୍କିତା ଲୋଖଣ୍ଡେ, ନେପୋଟିଜିମ୍ ଭଳି ସମସ୍ତ ପ୍ରସଙ୍ଗରେ ରିୟା ତାଙ୍କ ଉତ୍ତର ରଖିଥିଲେ। ରିୟା ମଧ୍ୟ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ସେ ଅନୁଭବ କରିଛନ୍ତି ଯେ ଆତ୍ମହତ୍ୟା କରିବା ଦରକାର। ସେ କହିଥିଲେ ଯେ ଗତ କିଛି ମାସ ମଧ୍ୟରେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା ମଧ୍ୟ କରିଥିଲେ।

ସାମ୍ବାଦିକ : ଏବେ ନିଶା କାରବାରର ମାମଲା ସାମ୍ନାକୁ ଆସୁଛି। ତେବେ କିଛି ପ୍ରଶ୍ନ ଉଠିଛି ରିୟାଙ୍କର ଡ୍ରଗ୍ସ ବିକ୍ରେତା, ଡ୍ରଗ୍ସ ଡିଲରଙ୍କ ସହିତ କୌଣସି ସମ୍ପର୍କ ଅଛି ?

ରିୟା : କେବଳ ଏହା ହିଁ ବାକି ଥିଲା, ମୋ ଉପରେ ଅଭିଯୋଗ ଆସିବାକୁ। ମୁଁ ନିଜେ କହୁଛି ବନ୍ଧୁକ ଆଣ, ମୁଁ ମୋ ପରିବାରକୁ ଗୋଟିଏ ଧାଡ଼ିରେ ଛିଡା କରି ଗୁଳି ମାରି ଉଡାଇ ଦିଅ। ନେହେଲେ ଆମେ  ସୁସାଇଡ୍‌ କରିଦେବୁ। ହେଲେ ଏଥିପାଇଁ କିଏ ଦାୟୀ ରହିବ ? ମୁଁ ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛି। ସମସ୍ତ ଅଭିଯୋଗ ଭିତ୍ତିହୀନ।

ସାମ୍ବାଦିକ : ଗତ କିଛି ମାସ ଭିତରେ ଆପଣ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ?

ରିୟା: ଆଜ୍ଞା, ନିଶ୍ଚିତ।

ସାମ୍ବାଦିକ : ଆପଣ ଭାବିଛନ୍ତି ଯେ, ବୋଧହୁଏ ଆତ୍ମହତ୍ୟା କରିବା ଉଚିତ୍ ?

ରିୟା: ଆଜ୍ଞା। ବୋଧହୁଏ ମୁଁ କିମ୍ବା ମୋର ପୁରା ପରିବାର ଏହା କରିବା ଉଚିତ୍ । ନେହେଲେ କେହି ଆମକୁ ଗୁଳି ମାରି ଦେବା ଉଚିତ। ଏପରି ମରି ମରି ବଞ୍ଚିବା ଅପେକ୍ଷା ଆତ୍ମହତ୍ୟା କରିଦେବା ଭଲ। ଆମେ ମଧ୍ୟବିତ୍ତ ପରିବାରରୁ ଆସିଛୁ। ସମ୍ମାନ ନାହିଁ ତ.. କିଛି ନାହିଁ । ଲୋକେ  ଅଭିଯୋଗ ଆଣିଛନ୍ତି କି, ମୁଁ ଟ୍ରଗ୍ସ ଡିଲର, କାଲି ମୁଁ ହତ୍ୟାକାରୀ, ମୋ ଉପରେ ଲାଗିଥିବା ସବୁ ଅଭିଯୋଗ ମିଛ ଓ ଭିତ୍ତିହୀନ। ସମସ୍ତେ ନିଜ ନିଜର ମନଗଢ଼ା କାହାଣୀ କହିବାରେ ଲାଗିଛନ୍ତି।

ସେପଟେ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କରେ ରିୟା କହିଛନ୍ତି, ୪ ବର୍ଷ ଧରି ସେ ସୁଶାନ୍ତଙ୍କ ସହ ଯୋଗାଯୋଗରେ ନଥିଲେ। ଅଙ୍କିତା ଏବେ ବି ସେହି ପ୍ଲାଟରେ ରହୁଛନ୍ତି, ଯାହାର ଇଏମ୍‌ଆଇ ସୁଶାନ୍ତ ନିଜେ ଦେଉଥିଲେ।

ସାମ୍ବାଦିକ : ଆପଣଙ୍କୁ ଲାଗୁଛି କି ମିଡିଆ ଟ୍ରାଏଲ ଚାଲିଛି ?

ରିୟା: ଭାବୁଛି…। ମିଡିଆ ଟ୍ରାଏଲ। ଏବଂ ଏହା ଏକ ବହୁତ ଖରାପ । କାହାକୁ ଭଲ ପାଇବା ଏକ ବହୁ ଅପରାଧରେ ପରିଣତ ହୋଇଯାଇଛି। ମୁଁ ଭାବୁଛି ସମ୍ପର୍କ ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗିରଫ କରାଯିବା ଉଚିତ୍। । କାହିଁକି କରୁନାହାନ୍ତି ?

ସେହିପରି ମହେଶ ଭଟ୍ଟଙ୍କ ସହ ସମ୍ପର୍କୁ ନେଇ ରିୟା କହିଛନ୍ତି, ସୁଶାନ୍ତ ମୋତେ ଘରୁ ବାହାର କରିଦେବା ପରେ ମୁଁ ଭାଙ୍ଗି ପଡ଼ିଥିଲି। କାହାର ପରାମର୍ଶ ନେବି ଜାଣିପାରିନଥିଲି। ସେହି ସମୟରେ ମହେଶ ଭଟ୍ଟଙ୍କ ପରାମର୍ଶ ନେଇଥିଲି। ସେ ମୋ ବାପା ସମାନ। ମୋତେ ଝିଅ ବୋଲି ଡାକନ୍ତି। କିନ୍ତୁ ସମୟ ଏମିତି ଆସି ପହଞ୍ଚିଲା ଯେ, ମୋତେ ତାଙ୍କର ଗାର୍ଲଫ୍ରେଣ୍ଡ ବୋଲି କୁହାଯାଇଥିଲା।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ