ୟୁରୋପ ଟ୍ରିପ୍ ପରେ ବଦଳିଯାଇଥିଲେ ସୁଶାନ୍ତ, ହୋଟେଲ ରୁମରେ ୬୦୦ ବର୍ଷ ତଳର ବ୍ଲାକପେଣ୍ଟିଂ ରହସ୍ୟକୁ ନେଇ ଚର୍ଚ୍ଚା

ମୁମ୍ବାଇ,୧୩।୮: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଡିପ୍ରେସନକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସହିତ କାମ କରୁଥିବା ବହୁ ଲୋକ ଏହା କହିସାରିଛନ୍ତି ଯେ, ୟୁରୋପ ଟ୍ରିପ୍ ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା ଓ ସେ ଔଷଧ ନେବା ଆରମ୍ଭ କରିଥିଲ। ରିୟାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବାପରେ ଏହି  ଟ୍ରିପ୍ ଖୁବ୍ ଚର୍ଚ୍ଚାରେ ରହିଛି। ଏବେ ରିୟା ମଧ୍ୟ ତଦନ୍ତ କରୁଥିବା ଅଧିକାରୀଙ୍କୁ ନିଜର ଷ୍ଟେଟମେଣ୍ଟ ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ ସୁଶାନ୍ତ ମାନସିକ ରୋଗର ଲକ୍ଷଣ ପ୍ରଥମ ଥର ଏହି ଟ୍ରିପରେ ଦେଖିବାକୁ ମିଳିଥିଲା।

ରିୟା ଓ ସୁଶାନ୍ତ ରାଜପୁତ ଅକ୍ଟୋବର ୨୦୧୯ରେ ୟୁରୋପ ଟ୍ରିପରେ ଯାଇଥିଲେ। ସୁଶାନ୍ତଙ୍କ ସହ କାମ କରୁଥିବା ଗାର୍ଡ, କୁକ୍ ଓ ପିଏ ଅଙ୍କିତା ଆଚାର୍ଯ୍ୟ ମଧ୍ୟ କହିସାରିଛନ୍ତି ଯେ, ୟୁରୋପ ଟୁରରୁ ଫେରିବା ପରେ ସୁଶାନ୍ତ ବଦଳି ଯାଇଥିଲେ। ଏବେ ଏ ବିଷୟରେ ରିୟାଙ୍କ ବୟାନ ସାମନାକୁ ଆସିଛି। ରିୟା ଅଫିସରଙ୍କୁ କହିଛନ୍ତି ଯେ, ୟୁରୋପ ଟ୍ରିପ୍ ସମୟରେ ଇଟାଲୀରେ ୬୦୦ ବର୍ଷ ପୁରୁଣା ହୋଟେଲରେ ରହୁଥିଲେ। ହୋଟେଲର ରୁମ୍ ଖୁବ୍ ବଡ ଥିଲା ଓ ଏହାର କାନ୍ଥରେ କିଛି ପୁରୁଣା ପେଣ୍ଟିଂ ଥିଲା।

ରିୟା କହିଛନ୍ତି, ଏହା ଭିତରେ ଏକ ପେଣ୍ଟିଂ ଥିଲା, ଯେଉଁଥିରେ ଶନିଦେବ ନିଜର ପିଲାଙ୍କୁ ଖାଉଥିଲେ। ରିୟା ନିଜର ଭାଇ ସୌଭିକଙ୍କ ସହିତ ଆଉ ଏକ  ରୁମରେ ଥିଲେ। ଯେତେବେଳେ ସୁଶାନ୍ତଙ୍କ ରୁମକୁ ଆସିଥିଲେ ଦେଖିଥିଲେ ସେ ରୁଦ୍ରାକ୍ଷ ନେଇ କିଛି ମନ୍ତ୍ର ଜାପ କରୁଛନ୍ତି ଓ ଖୁବ୍ ଡରି ଯାଇଥିଲେ। ରିୟା ଯେତେବେଳେ ତାଙ୍କୁ ପଚାରିଥିଲେ କ’ଣ ହେଲା ସେ କହିଥିଲେ, ପେଣ୍ଟିଂରେ ତାଙ୍କୁ କିଛି କ୍ୟାରେକ୍ଟର ଦେଖାଯାଇଥିଲା, କିନ୍ତୁ ସେ ଠିକ୍ ଭାବରେ ଆଉ କିଛି କହିପାରିନଥିଲେ। ଏହାପରେ ସେ ଦିନ ରିୟା ଓ ଶୌଭିକ୍ ଏକାଠି ସୁଶାନ୍ତଙ୍କ ରୁମରେ ଶୋଇଯାଇଥିଲେ।

ରିୟା କହିଛନ୍ତି, ସୁଶାନ୍ତଙ୍କୁ ପେଣ୍ଟିଂ ବିଷୟରେ କିଛି ଭ୍ରମ ହେଉଥିଲା ଓ ସେ ତାଙ୍କୁ ବୁଝାଇଥିଲେ ଏହା କେବଳ ଭ୍ରମ। ଏହାପରେ ରିୟାଙ୍କ ସହିତ ସୁଶାନ୍ତ ଅଷ୍ଟ୍ରିୟାରେ ଡେଟକ୍ସ ସେଣ୍ଟର ଯାଇଥିଲେ, କିନ୍ତୁ ସୁଶାନ୍ତଙ୍କୁ ମଧ୍ୟ ସେଠାରେ ଭଲ ଲାଗିନଥିଲା। ଆମେ ଚାଲିଆସିଥିଲୁ। ୨ ନଭେମ୍ବରରେ ଆସିବାର ଥିଲୁ କିନ୍ତୁ ୨୮ ଅକ୍ଟୋବରରେ ଫେରିଆସିଲୁ। ରିୟା କହିଛନ୍ତି, ଏହେି ଟ୍ରିପରୁ ଫେରିବା ପରେ ସୁଶାନ୍ତଙ୍କ ଏନର୍ଜୀ ଏକଦମ୍ ଲୋ ହୋଇଯାଇଥିଲା। ସେ ଘଣ୍ଟା ଘଣ୍ଟା ଚୁପ୍ ଚାପ୍ ହୋଇବସି ରହୁଥିଲେ। ମୁମ୍ବାଇ ଆସିବା ପରେ ତାଙ୍କର ସ୍ଥିତି ବିଗିଡି ଯାଇଥିଲା। କେବେ କାନ୍ଦୁଥିଲେ ତ ଆଉ କେବେ ଯୋରରେ ପାଟି କରୁଥିଲେ।

ରିୟା ୟୁରୋପର ସେହି ହୋଟେଲରେ  Saturn Devouring His Own ପେଣ୍ଟିଂ ବିଷୟରେ କହିଛନ୍ତି। ଏହି ପେଣ୍ଟିଂ ସ୍ପାନିଶ୍ ଆର୍ଟିଷ୍ଟ ଫ୍ରାନସିସ୍କୋ ଗୋୟା (Francisco Goya) ତିଆରି କରିଥିଲେ। ଏହି ପେଣ୍ଟିଂ ପୌରାଣିକ କଥାକୁ ନେଇ କରାଯାଇଥିଲା। ଏହାର ଅର୍ଥ ଟାଇଟନ୍ କ୍ରୋନସ୍ ରୂପରେ ଶନିଙ୍କୁ ମନେକରାଯାଇଥାଏ। କ୍ରୋନସକୁ ଭୟ ଥିଲା ଯେ, ତା’ର ପୁଅ ତାକୁ ମାରିଦେବ। ଏହି ଭୟରେ ସେ ନିଜର ସବୁ ପିଲାଙ୍କୁ ଜନ୍ମ ପରେ ଖାଉଦେଉଥିଲା। ଏହି ପେଣ୍ଟିଂ ଗୋୟଙ୍କ ୧୪ ପେଣ୍ଟିଂ ମଧ୍ୟରୁ ଅନ୍ୟତମ। ଏହି ପେଣ୍ଟିଂକୁ ସେ ନିଜ ଘରର କାନ୍ଥରେ ତିଆରି କରିଥିଲେ। ତାଙ୍କର ଘର ସ୍ପେନର ମାଦ୍ରିଦରେ ଥିଲା।

ଗୋୟାଙ୍କ ଏହି ପେଣ୍ଟିଂ ପବ୍ଲିକଙ୍କ ପାଇଁ ନଥିଲା, କିନ୍ତୁ ୧୪ ପେଣ୍ଟିଂ ତାଙ୍କର ଆର୍ଟଓ୍ବାର୍କସର ଖାସ୍ କୃତ୍ତି ଥିଲା। ଗୋୟା ମରିବା ପରେ ତାଙ୍କ ନାତି ରହିଥିଲେ। ଏହାପରେ ବହୁ ଲୋକ ଏଥିରେ ରହିଥିଲେ। ସମୟ ସହିତ ଓ୍ବାଲ ପେଣ୍ଟିଂ ଜର୍ଜର ହେବାକୁ ଏହାକୁ କାନଭାସରେ ଉତ୍ତାରି ମାଦ୍ରିଦର ଫେମସ ମ୍ୟୁଜିୟରେ ରଖାଯାଇଥିଲା। ଏହି ପେଣ୍ଟିଂ ୨୦୧୦ରେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଥିଲେ। ସେତେବେଳେ ଏହାର ଫଟୋସପ୍ ଇମେଜ ଇଣ୍ଟରନେଟ୍ ଛାଇ ଯାଇଥିଲା। Saturn Devouring His Son ର ବହୁ ମିମ୍ସ ତିଆରି କରାଯାଇଥିଲା।

ରିୟାଙ୍କ ଏହି କଥା କେତେ ଦୂର ସତ ତାହା ଜଣାପଡିନି। କିନ୍ତୁ ସୁଶାନ୍ତଙ୍କ ବାପା କିନ୍ତୁ ନିଜ ପୁଅର ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରିଛନ୍ତି। ଏବେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଉଛି। ସେଭଳି ମନି ଲଣ୍ଡରିଂ ମାମଲା ଦିଗରୁ ରିୟାଙ୍କୁ ଇଡି ପଚରାଉଚରା କରୁଛି। ସୁଶାନ୍ତଙ୍କ ପରିବାର ଲୋକ କହିଛନ୍ତି, ତାଙ୍କୁ ନିଜ ପୁଅର ରୋଗ ବିଷୟରେ କୌଣସି ସୂଚନା ନଥିଲା। ଯଦି ଏଭଳି କିଛି ଥିଲା ତେବେ ରିୟା ଓ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ଦରକାର ଥିଲା।

   ସମ୍ବନ୍ଧିତ ଖବର


ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ