ଜାମିନ୍ ଆବେଦନରେ ସୁଶାନ୍ତଙ୍କ ବିରୋଧରେ ରିୟାଙ୍କ ଏକାଧିକ ଅଭିଯୋଗ, କହିଲେ-ଡ୍ରଗ୍ସ ପାଇଁ ନିଜ ଲୋକଙ୍କ ଫାଇଦା ଉଠାଉଥିଲେ

ମୁମ୍ବାଇ,୨୩।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ବ୍ୟବହାର କରାଯାଇଥିବା ଅଭିଯୋଗ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ବୁଧବାର ତାଙ୍କର ଜାମିନ୍ ଆବେଦନ ନେଇ ଶୁଣାଣି ହେବାର ଥିଲା, କିନ୍ତୁ ପ୍ରବଳ ବର୍ଷା କାରଣରୁ ମାମଲାର ଶୁଣାଣି ଗୁରୁବାର କରାଯିବ। ରିୟାଙ୍କ ସହ ତାଙ୍କ ଭାଇ ଶୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। ରିୟାଙ୍କୁ ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ ୯ ସେପ୍ଟେମ୍ବରରେ ଗିରଫ କରିଥିଲା। ଏହା ପୂର୍ବରୁ ତାଙ୍କୁ ପଚରାଉଚରା ଚାଲିଥିଲା। ଗିରଫ ପରେ ତାଙ୍କୁ ମୁମ୍ବାଇର ଏକ କୋର୍ଟ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। 

ରିୟା ୨ ସପ୍ତାହ ହେବ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି। ତେବ ନିଜର ଜାମିନ୍ ଆବେଦନରେ ଏନସିବି  ତାଙ୍କୁ ନିଜର ଶିକାର କରିଥିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ୩ଟି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଙ୍କୁ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନି। ଉଲ୍ଲେଖନୀୟ ଯେ, ଏନସିବି କୋର୍ଟରେ ରିୟାଙ୍କ ବିରୋଧରେ ଦାଖଲ କରାଯାଇଥିବା ସତ୍ୟପାଠରେ କହିଥିଲା, ରିୟା ଜଣେ ଡ୍ରଗ୍ସ ସିଣ୍ଡିକେଟ୍ ସଦସ୍ୟ।’

ରିୟା ନିଜର ଆବେଦନରେ କହିଛନ୍ତି, ସୁଶାନ୍ତ ଏକା ଡ୍ରଗ୍ସ ନେଉଥିଲେ ଓ ନିଜର ଷ୍ଟାଫଙ୍କ ଦ୍ବାରା ଡ୍ରଗ୍ସ ମଗାଉଥିଲେ। ଯଦି ଆଜି ସେ ଜୀବିତ ଥାଆନ୍ତେ ତେବେ ତାଙ୍କ ଉପରେ ଡ୍ରଗ୍ସ ସେବନ କରିବା ନେଇ ଅଭିଯୋଗ ଆସିଥାନ୍ତି। ଅତି ବେଶୀରେ ୧ବର୍ଷ ଜେଲ କିମ୍ବା ଜାମିନ୍ ମିଳିଯାଇଥାନ୍ତା। ରିୟା କହିଛନ୍ତି, ଏହା ଖୁବ୍ ଅସଙ୍ଗତ କଥା ଯେ, ଡ୍ରଗ୍ସ ସେବନ କରୁଥିବା ବ୍ୟକ୍ତିକୁ ଅତିବେଶୀରେ ୧ ବର୍ଷର ସଜା ହେଉଛି, ସେଭଳି କେତେକ ସ୍ଥଳରେ ଡ୍ରଗ୍ସ ପାଇଁ ଟଙ୍କା ଦେଉଥିବା ଲୋକଙ୍କୁ ୨୦ ବର୍ଷର ସଜା ଦିଆଯିବାର କଥା କୁହାଯାଉଛି। ଏହା ସହ ରିୟା କହିଛନ୍ତି, ଏହା ଖୁବ୍ ର୍ଦୁଭାଗ୍ୟଜନକ କଥା ସୁଶାନ୍ତ ନିଜର ଡ୍ରଗ୍ସ ନେବାର ଅଭ୍ୟାସ ପାଇଁ ନିଜର ନିକଟତମ ଲୋକଙ୍କର ଫାଇଦା ଉଠାଉଥିଲେ। କିଛି ସମସ୍ୟା ହେଲେ ତାଙ୍କୁ ତାଙ୍କର ଭରସାରେ ଛାଡିବାକୁ ଠିକ୍ ଭାବୁଥିଲେ।’

ରିୟା କହିଛନ୍ତି, ପବ୍ଲିକ ଡୋମେନରେ ଉପଲବ୍ଧ ସୂଚନା ଅନୁସାରେ, ସୁଶାନ୍ତ ନିଜର ମୃତ୍ୟୁର ୩ ଦିନ ପୂର୍ବରୁ ରୋଷୟା ନୀରଜଙ୍କୁ ଗଞ୍ଜେଇ ଆଣି ନିଜର ବେଡରୁମରେ ରଖିବାକୁ କହିଥିଲେ। ନୀରଜ ମଧ୍ୟ ସିବିଆଇ ଓ ମୁମ୍ବାଇ ପୋଲିସକୁ କହିଥିଲେ ସେ ଗଞ୍ଜେଇକୁ ବାକ୍ସ ଭିତରେ ସୁଶାନ୍ତ ବେଡ୍ ରୁମରେ ରଖିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଗଞ୍ଜେଇ ରଖାଯାଇଥିବା ବାକ୍ସ ଖାଲିଥିଲା। ୪୭ ପୃଷ୍ଠାର ଲମ୍ବା ଜାମିନ୍ ଆବେଦନରେ ରିୟା ଆହୁରି ଲେଖିଛନ୍ତି, ସୁଶାନ୍ତଙ୍କର ତାଙ୍କ ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ନଥିଲା। ତାଙ୍କର ଭଉଣୀମାନେ ତାଙ୍କୁ ଡିପ୍ରେସନର ଚରମ ପରିସ୍ଥିତି ଛାଡି ଦେଇଥିଲେ। ସୁଶାନ୍ତ ତାଙ୍କୁ ଦେଖା ହେବା ପୂର୍ବରୁ ​ସେ ସିଗାରେଟ୍ ଭିତରେ ଗଞ୍ଜେଇ ନେଉଥିଲେ ବୋଲି ରିୟା ଅଭିଯୋଗ କରିଛନ୍ତି।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ