ରିଚା ଭଦ୍ରା କରୋନା ପଜିଟିଭ, ଇନଷ୍ଟାଗ୍ରାମରେ ଦେଲେ ସୂଚନା

ମୁମ୍ବାଇ ୦୪/୦୮: ଲୋକପ୍ରିୟ ଧାରାବାହିକ ‘ଖିଚ୍‌ଡି’ର ଅଭିନେତ୍ରୀ ରିଚା ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ରିଚା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯାଉଛି । ଏଣୁ ମୁଁ ହୋମ୍‌ କ୍ୱାରେଣ୍ଟାଇନରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜର କରୋନା ପରୀକ୍ଷଣ କରାଇ କ୍ୱାରେଣ୍ଟାଇନରେ ରୁହନ୍ତୁ ।

ସମସ୍ତେ ନିଜ ନିଜର ଯତ୍ନ ନେବାକୁ ରିଚା ଅପିଲ କରିଛନ୍ତି । କରୋନା ଯୋଗୁ ସେ ନିଜର ଘ୍ରାଣ ଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇଥିବା ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି । ଏପରି କି ସେ କୌଣସି ଖାଦ୍ୟ କିମ୍ବା ପରଫ୍ୟୁମର ବାସ୍ନା ଜାଣି ପାରୁ ନଥିବା କହିଛନ୍ତି । ରିଚା ଖିଚ୍‌ଡି ଧାରାବାହିକ ବ୍ୟତୀତ କେତେର ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି ।

   ସମ୍ବନ୍ଧିତ ଖବର


‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’

ପୁଣି ରାଜନୀତିରେ ରଖିବେ ପାଦ : କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଶିବସେନାରେ ଯୋଗ ଦେବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ରାସ୍ତାରେ ଏହିଭଳି ଅନ୍ଦାଜରେ ନଜର ଆସିଲେ ରାକ୍ଷୀ ସାଓ୍ବନ୍ତ, ଭାଇରାଲ ହେଉଛି ଫଟୋ