ସବୁଠୁ ଧନୀ କଂଗ୍ରେସର ବ୍ରହ୍ମପୁର ପ୍ରାର୍ଥୀ ଭି. ଚନ୍ଦ୍ରଶେଖର

ଭୁବନେଶ୍ୱର ୭/୪: ପ୍ରଥମ ପର୍ଯ୍ୟାୟରେ ହେଉଥିବା ୪ଟି ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରର ମୋଟ ୨୬ ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ଯରୁ ସବୁଠୁ ଧନୀ ହେଉଛନ୍ତି ବ୍ରହ୍ମପୁର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ତାଙ୍କ ସମ୍ପତ୍ତିର ମୂଲ୍ଯ ୩୬ କୋଟିରୁ ଅଧିକ । ସେହିଭଳି କୋରାପୁଟ ଲୋକସଭା ଆସନର ସିପିଆଇ(ଏମଏଲ) ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦୁଲିକା ସବୁଠୁ ଗରିବ ପ୍ରାର୍ଥୀ । ତାଙ୍କ ସମ୍ପତ୍ତିର ମୂଲ୍ଯ ମାତ୍ର ୫୬୫ ଟଙ୍କା ।

ଅନ୍ଯପଟେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୮୯ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଯାଞ୍ଚରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଅନନ୍ତ ପ୍ରସାଦ ଦେଓ ହେଉଛନ୍ତି ସବୁଠୁ ଅଧିକ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତିର ମୂଲ୍ଯ ୨୭ କୋଟି ଟଙ୍କା । ଗରିବ ବିଧାୟକଙ୍କ ମଧ୍ଯରେ ରହିଛନ୍ତି ୨ ଜଣ ସ୍ୱାଧୀନ ବିଧାୟକ । ସେମାନଙ୍କ ସମ୍ପତ୍ତିର ମୂଲ୍ଯ ଶୂନ୍ । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁରବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ବିଶ୍ୱ ବିହାରୀ ବିଶୋଇ ଏବଂ ନୂଆପଡା ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଲୋଚନ ସିଂ ମାଝୀ ।

ଦଶ ଜଣ ସର୍ବାଧିକ ଧନୀ ପ୍ରାର୍ଥୀଙ୍କ ମଧ୍ଯରେ ଅଛନ୍ତି ବ୍ରହ୍ମପୁର ବିଧାନସଭା  ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ । ତାଙ୍କ ସମ୍ପତ୍ତିର ମୂଲ୍ଯ ହେଉଛି ୧୭ କୋଟିରୁ ଅଧିକ । ସେ ୨ୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ସୁର୍ଯ୍ୟ ନାରାୟଣ ପାତ୍ର । ତାଙ୍କ ସମ୍ପତ୍ତିର ମୂଲ୍ଯ ୧୬ କୋଟି । ଚତୁର୍ଥ ଧନୀ ସ୍ଥାନରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ପଣ୍ଡା । ତାଙ୍କ ସମ୍ପତ୍ତିର ମୂଲ୍ଯ ୮ କୋଟିରୁ ଅଧିକ । ୫ମ ସ୍ଥାନରେ ରହିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କ୍ୟାପଟେନ୍ ଦିବ୍ଯଶଙ୍କର ମିଶ୍ର । ତାଙ୍କ ସମ୍ପତ୍ତିର ମୂଲ୍ଯ ହେଉଛି ୮ କୋଟିରୁ ଅଧିକ ।

୬ଷ୍ଠ ଧନୀ ସ୍ଥାନରେ ରହିଛନ୍ତି ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ତଥା ପାରଳାଖେମୁଣ୍ଡିର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ । ତାଙ୍କ ସମ୍ପତ୍ତିର ମୂଲ୍ଯ ୭ କୋଟିରୁ ଅଧିକ । ୭ମ ସ୍ଥାନରେ ଅଛନ୍ତି ଜୟପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ । ତାଙ୍କ ସମ୍ପତ୍ତିର ମୂଲ୍ଯ ୬ କୋଟିରୁ ଅଧିକ । ୮ମ ସ୍ଥାନରେ ନବରଙ୍ଗପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସଦନ ନାୟକ । ତାଙ୍କ ସମ୍ପତ୍ତିର ମୂଲ୍ଯ ୪ କୋଟିରୁ ଅଧିକ । ୯ମ ସ୍ଥାନରେ ଅଛନ୍ତି ବ୍ରହ୍ମପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତି । ତାଙ୍କ ସମ୍ପତ୍ତିର ମୂଲ୍ଯ ୪ କୋଟିରୁ ଅଧିକ  । ୧୦ମ ସ୍ଥାନରେ ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ରିତାରାଣୀ ବଗର୍ତ୍ତି ଅଛନ୍ତି । ତାଙ୍କର ୪ କୋଟିରୁ ଅଧିକ ମୂଲ୍ଯ ସମ୍ପତ୍ତି ରହିଛି ।

ଇଲେକ୍ସନ ୱାଚ୍ ଏବଂ ଏଡିଆର୍ ମିଳିତ ସହଯୋଗରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ଯପାଠକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ଯତା ଏବଂ ଅନ୍ଯାନ୍ଯ ବିଷୟ ମଧ୍ଯ ସ୍ଥାନ ପାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡିଶା ଇଲେକ୍ସନ ୱାଚ୍ ଏହି ରିପୋର୍ଟ ପ୍ରକାଶ କରିଛି ।

   ସମ୍ବନ୍ଧିତ ଖବର


ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

ଅହମ୍ମଦ ପଟେଲଙ୍କ ପରେ କିଏ? କଂଗ୍ରେସ କୋଷାଧ୍ୟକ୍ଷ ପଦ ପାଇଁ କମଲନାଥ, ବେଣୁଗୋପାଳ ଓ ଗେହଲଟ୍‌ଙ୍କ ମଧ୍ୟରୁ ଜଣକୁ ବାଛିବେ ସୋନିଆ