ଥାନା ପାଖରେ ଚୋରାମଦ ବିକ୍ରି ବେଳେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଚଢ଼ଉ,ଚମ୍ପଟ୍ ମାରିଲା ବେପାରି

ଭୁବନେଶ୍ୱର : କରୋନା ଭୟରେ ସାରା ଦେଶ ଏବେ ଲକ୍‌ଡାଉନ୍‌ । ମଦ ଦୋକାନ ଓ ବାର୍‌ରେ ତାଲା ଝୁଲୁଛି । ଏହାର ଫାଇଦା ନେଉଛନ୍ତି ଚୋରା ମଦ ବେପାରୀ । ପୁଲିସ୍‌ ଓ ଅବକାରୀ ବିଭାଗ ସବୁ ଦେଖି ଚୁପ୍‌ ବସିଛି । ଏହାକୁ ନଜରରେ ରଖି ଡିସିିପି ଅନୁପ ସାହୁ ଚୋରମଦ ବେପାରୀଙ୍କୁ ଧରିବା ପାଇଁ ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସ୍ପେଶାଲ୍‌ ସ୍କ୍ୱାଡ୍‌ କ୍ୟାପିଟାଲ ଥାନା ପଛ ପାଖରେ ଚଢ଼ଉ କରି ବିପୁଳ ପରିମାଣରେ ମଦ ଜବତ କରିଛି । ତେବେ ଚୋରା ବେପାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଛି ।

କରୋନା କଟକଣା ପାଇଁ ମଦ ଦୋକାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଥିଲେ । ଏହାର ଫାଇଦା ନେଇ ଚୋରାମଦ ବେପାରୀମାନେ ପେଟି ପେଟି ମଦ ବୋହିନେଇ ଗଚ୍ଛିତ କଲେ । ଏବେ ଚଢ଼ା ଦରରେ ବିକ୍ରି କରୁଛନ୍ତି । ୧୪୦ ଟଙ୍କାର ବିଦେଶୀ ମଦର ଦାମ୍‌ ୨୫୦ରୁ ୩ ୦୦ ଟଙ୍କାରେ ବିକ୍ରି ହେଉଛି । ୧୨୦ ଟଙ୍କାର ବିୟର ଚୋରା ବେପାରୀମାନେ ୨୨୦ ଟଙ୍କାରେ ବିକ୍ରି କରୁଛନ୍ତି । ସବୁ ଠାରୁ ବଡ଼ କଥା ହେଲା କ୍ୟାପିଟାଲ୍‌ ଥାନା ପଛ ପାଖ ପାଚେରି ସେପଟେ ଦୀର୍ଘ ଦିନ ହେବ ଚାଲିଥିଲା ଚୋରାମଦ ବେପାର । ପୁଲିସ୍‌ ସବୁ ଜାଣି ଚୁପ୍‌ ରହିଥିଲା । ଗତକାଲି ରାତିରେ ଡିସିପି ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଟିମ୍‌ ସେଠାରେ ଚଢ଼ଉ କରି ବିପୁଳ ପରିମାଣରେ ବିୟର ଓ ବିଦେଶୀ ମଦ ଜବତ କରିଛି । ସେହି ଭଳି କଟକରୋଡ, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ସହିଦନଗର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ମିଳୁଛି । ସେ ସବୁ ଉପରେ ଖୁବ୍‌ ଶୀଘ୍ର ଚଢ଼ଉ ହେବ ବୋଲି ଡିପିସି ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌