ସମୁଦ୍ର କୂଳରେ ମସ୍ତି କଲେ ରିଦ୍ଧି, ଫଟୋ ଭାଇରାଲ

ମୁମ୍ବାଇ ୧୮/୪: ଟିଭି ଷ୍ଟାର୍ ରିଦ୍ଧି ଡୋଗରା ଏବେ ମସ୍ତି ମୁଡରେ ଅଛନ୍ତି । ରିଦ୍ଧି ଏବେ ସମୁଦ୍ର କୂଳରେ ଛୁଟି ବିତାଉଛନ୍ତି । ତାଙ୍କ ଇନଷ୍ଟାଗ୍ରାମରୁ ଏହି ସୂଚନା ମିଳିଛି । ପୂର୍ବରୁ ରିଦ୍ଧି ନିଜ ଡିଭୋର୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି । ରିଦ୍ଧି ଡୋଗରା ଓ ରାକେଶ ବାପତ ପ୍ରାୟ ୭ ବର୍ଷ ତଳେ ବିବାହ କରିଥିଲେ । ଏବେ ଏହି କପଲ ଡିଭୋର୍ସ ନେବାକୁ ଯାଉଛନ୍ତି ।

ରିଦ୍ଧି ଓ ରାକେଶଙ୍କ ଡିଭୋର୍ସ ଖବର ବହୁ ଦିନ ହେବ ଚର୍ଚ୍ଚାରେ ରହିଛି । ରିଦ୍ଧି ଏହି ଖବର ଉପରେ ମୋହର ମାରିଛନ୍ତି । ସେ କହିଛନ୍ତି ଯେ ଉଭୟ ଛାଡପତ୍ର ନେବାକୁ ଚାହୁଁଛନ୍ତି କିନ୍ତୁ ଉଭୟଙ୍କ ମଧ୍ଯରେ ସମ୍ପର୍କ ସବୁବେଳ ପାଇଁ ରହିବ ।

ଅନ୍ଯପଟେ ରାକେଶ ମଧ୍ଯ କହିଛନ୍ତି ଯେ ଡିଭୋର୍ସ ନେବା କଥା ସତ । ଅବଶ୍ଯ ଏପର୍ଯ୍ଯନ୍ତ ଏହା କ୍ଲିୟର ହୋଇନି ଯେ ସେମାନେ ଛାଡପତ୍ର ପାଇଁ ଅପିଲ୍ କରିଛନ୍ତି କି ନାହିଁ ।

କିନ୍ତୁ ଏହି ଛାଡପତ୍ର ଖବର ମଝିରେ ରିଦ୍ଧି ନିଜକୁ ଖୁସି ରଖିବା ପାଇଁ ସମୟ ବାହାର କରୁଛନ୍ତି । ରିଦ୍ଧିଙ୍କୁ ଡାଇଭିଂ କରିବା ବହୁତ ପସନ୍ଦ । ଏହି ଫଟୋରେ ଆପଣ ଦେଖିପାରିବେ ଯେ ସେ ପାଣିରେ ମସ୍ତି କରୁଛନ୍ତି ଏବଂ ଡାଇଭିଂ କରୁଛନ୍ତି ।

ରିଦ୍ଧି ଡୋଗରା ଟିଭି ସିରିୟଲ ‘ୱୋ ଅପନା ସା’ ମାଧ୍ଯମରେ ଘରେ ଘରେ ପରିଚିତ ହୋଇଥିଲେ । ଇନଷ୍ଟାଗ୍ରାମରେ ତାଙ୍କ ଫଲୋଓର୍ସଙ୍କ ସଂଖ୍ଯା ପ୍ରାୟ ୧ ମିଲିୟନ ।