୨୦ ମଇରେ ଖୋଲିବ ଆରଆଇଏଲର ରାଇଟ୍ ଇସ୍ୟୁ, ତିନି ଦଶକ ପରେ ଏହା ପ୍ରଥମ

ମୁମ୍ବାଇ,୧୬।୫: ଦେଶର ଧନକୁବେର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍(ଆରଆଇଏଲ)ର ରାଇଟ୍ ଇସ୍ୟୁ ୨୦ ମଇରେ ଖୋଳି ଓ ଜୁନରେ ବନ୍ଦ ହେବ। କମ୍ପାନୀ ନିୟାମକ ସଂସ୍ଥା ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଓ ସେୟାର ବଜାରକୁ ୧୫ ମଇରେ ଏହାର ସୂଚନା ଦେଇଥିଲା। ଆରଆଇଏଲ ୩୦ ଅପ୍ରେଲରେ ତ୍ରୈମାସିକ ପରିମାଣ ଘୋଷଣା କରି ରାଇଟ୍ ଇସ୍ୟୁର ଘୋଷଣା କରିଥିଲା।

ଆରଆଇଏଲର ନିର୍ଦେଶକ ମଣ୍ଡଳ ରାଇଟ୍ ଇସ୍ୟୁ ସମିତିର ୧୫ ମଇରେ ହୋଇଥିବା ବୈଠକରେ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହା ଦେଶର ସବୁଠାରୁ ବଡ ରକମର ରାଇଟ ଇସ୍ୟୁ। କମ୍ପାନୀର ତିନି ଦଶକରେ ଏହା ପ୍ରଥମ ରାଇଟ୍ ଇସ୍ୟୁ ଅଟେ। ଆରଆଇଏଲର ୧୫ ସେୟାର ଉପରେ ଗୋଟିଏ ସେୟାର ରାଇଟ୍ ଇସ୍ୟୁ ଅନୁସାରେ ଦିଆଯିବ। କମ୍ପାନୀ ୧୦ ଟଙ୍କାର ସେୟାର ୧୨୪୭ ଟଙ୍କା ପ୍ରିମିୟମରେ ମୋଟ ୧୨୫୭ ଟଙ୍କାର ଦେବ। ରାଇଟ୍ ଇସ୍ୟୁର ରେକର୍ଡ ତିଥି ୧୪ ମଇ ରହିଛି।

ଇସ୍ୟୁର ଆବେଦନ ସମୟ ଆବେଦକଙ୍କୁ ୨୫ ପ୍ରତିଶତ ଅର୍ଥ ଦେବାକୁ ହେବ। ଏଥିରେ ଅଢେଇ ଟଙ୍କା ଫେସଭ୍ୟାଲୁ ଓ ୩୧୧.୭୫ ଟଙ୍କାର ପ୍ରିମିୟମର ମୋଟ ୩୧୪.୨୫ ଟଙ୍କା ଦେବାକୁ ହେବ। ଶେଷ ୯୪୨.୭୫ ଟଙ୍କାର ଅର୍ଥ କିସ୍ତିରେ ନିଆଯିବ। ଏହାର ନିଷ୍ପତ୍ତି ନିର୍ଦେଶକ ମଣ୍ଡଳୀ କରିବେ। ଶୁକ୍ରବାର ୧୫ ମଇରେ କାରବାର ବନ୍ଦ ହେବାର ସମୟ ଆରଆଇଏଲର ସେୟାର ମୂଲ୍ୟ ୧୪୫୩.୨୦ ଟଙ୍କା ଥିଲା।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ନବରାତ୍ରୀରେ ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି, ପୂଜା ପେଣ୍ଡାଲରେ ଲାଗିଲା ତାଙ୍କର ପେଣ୍ଟିଂ

ଭିଡିଓ ଭାଇରାଲ ହେବାପରେ‘ରୋଟି ଓ୍ବାଲି ଆାମ୍ମା’ଙ୍କୁ ମିଳିଲା ନୂଆ ଦୋକାନ,୨୦ ଟଙ୍କାରେ ଦେଉଥିଲେ ପେଟପୁରା ଖାଦ୍ୟ

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!