ପନ୍ତଙ୍କୁ କଣ କେବଳ ବେଞ୍ଚରେ ବସିବା ପାଇଁ ରଖାଯାଇଛି? ପ୍ରଶ୍ନ ଉଠାଇଲା ଦିଲ୍ଲୀ କ୍ୟାପିଟାଲସ୍

ନୂଆଦିଲ୍ଲୀ, ୧୩|୦୨: ଭାରତୀୟ ଦଳର ଓ୍ୱିକେଟ୍ କିପର ଋଷଭ ପନ୍ତ ଗତ କିଛି ମ୍ୟାଚରେ ଚୁଡାନ୍ତ ଏକଦାଶରେ ସାମିଲ ହୋଇନାହାଁନ୍ତି। ତାଙ୍କ ସ୍ଥାନରେ ଓ୍ୱିକେଟ କିପର ଓ ବ୍ୟାଟସମ୍ୟାନ ଭାବେ କେଏଲ ରାହୁଲଙ୍କୁ ସ୍ଥାନ ମିଳୁଛି। ତେବେ ରାହୁଲ ଭଲ ପ୍ରଦର୍ଶନ କରିବା ପରେ ଋଷଭ ପନ୍ତ ଦଳକୁ ଫେରିବା ନେଇ କଷ୍ଟକର ହୋଇପଡିଛି।

ଋଷଭଙ୍କୁ ଦଳରେ ସ୍ଥାନ ନମିଳିବାକୁ ନେଇ ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟ ପ୍ରଶ୍ନ ଉଠାଇଛି। ଦିଲ୍ଲୀ କ୍ୟାପିଟାଲସର ଉପ ମୁଖ୍ୟ ପାର୍ଥ ଜିନ୍ଦଲ ପନ୍ତ ଓ ବୋଲର ଆର ଅଶ୍ୱିନୀଙ୍କୁ ଦଳରୁ ବାଦ ଦେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପନ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସ୍ ପାଇଁ ଖେଳୁଛନ୍ତି। ତେବେ ଅଶ୍ୱିନୀଙ୍କୁ ଦିଲ୍ଲୀରେ ଚଳିତ ଥର ସାମିଲ କରାଯାଇଛି। ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ସିରଜରେ ପନ୍ତଙ୍କୁ ସ୍ଥାନ ମିଳିଥିଲା। ଏହି ସିରିଜରେ ସେ ଆହତ ହୋଇଥିଲେ। ଏହା ପରଠୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଥିଲେ ମଧ୍ୟ  ଚୁଡାନ୍ତ ଏକାଦଶରୁ ବାଦ ପଡିଥିଲେ।

ଜିନ୍ଦଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ପନ୍ତଙ୍କୁ କଣ ଦଳରେ କେବଳ ବେଞ୍ଚରେ ବସିବା ପାଇଁ ରଖାଯାଇଛି। ନ୍ୟୁଜିଲାଣ୍ଡରେ ସେ ମ୍ୟାଚ ଖେଳଥିଲେ ଫାଇଦା ହୋଇଥାନ୍ତା। ତାଙ୍କୁ ଟି୨୦ ଓ ଦିନିକିଆରେ ସୁଯୋଗ ମିଳିଲା ନାହିଁ। ଏହା ଠିକ ନୁହେଁ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ