ପଞ୍ଚଭୂତରେ ବିଲୀନ ହେଲେ ରିଷି କପୁର, ୨୦ ଜଣଙ୍କ ଉପସ୍ଥିତିରେ ହେଲା ଅନ୍ତିମ ସଂସ୍କାର

ମୁମ୍ବାଇ,୩୦।୪: ବଲିଉଡ ଅଭିନେତା ରିଷି କପୁରଙ୍କର ୬୭ ବର୍ଷ ବୟଷରେ ଆଜି ପରଲୋକ ହୋଇଛି। ସକାଳ ୮ଟା ୪୫ ମିନିଟରେ ରିଷି କପୁର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମରିନ  ଡ୍ରାଇଭର ଚନ୍ଦନଓ୍ବାଡି ଶବଦାହଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାରରେ କେବଳ  ୨୦ ଜଣ ଲୋକଙ୍କୁ ଯୋଗ ଦେବାର ଅନୁମତି ଦିଆଯାଇଥିଲା।

ଏହି ସମୟରେ ରିଷି କପୁରଙ୍କ ପରିବାର ଲୋକଙ୍କ ସହିତ ଆଲିଆ ଭଟ୍ଟ ଓ ଅଭିଷେକ ବଚ୍ଚନ ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ତେବେ ରିଷି କପୁରଙ୍କ ଅନ୍ତିମ ସଂସ୍କାରରେ ଝିଅ ରିଦ୍ଧିମା କପୁର ସାମିଲ ହୋଇ ପାରିନାହାନ୍ତି। ସେ ସଡକ ମାର୍ଗରେ ଦିଲ୍ଲୀରୁ ମୁମ୍ବାଇ ପହଁଞ୍ଚୁଛନ୍ତି। ଆଜି ରାତିରେ ସେ ମୁମ୍ବାଇରେ ପହଁଞ୍ଚିବେ।

ଅନ୍ତିମ ସଂସ୍କାର ସମୟରେ ପୁଅ ରଣବୀର କପୁର, ପତ୍ନୀ ନିତୁ କପୁର, ବଡ ଭାଇ ରଣଦ୍ଧୀର କପୁର, ରାଜୀବ କପୁର, ଭଉଣୀ ରିମା ଜୈନ, ସୈଫ ଅଲ୍ଲୀ ଖାନ୍, କରିନା କପୁର, ଅରମାନ ଜୈନ, ମନୋଜ ଜୈନ, ଆଦର ଜୈନ, ଅନିସା ଜୈନ, ବିମଲ ପାରେଖ, ନତାଶା ନନ୍ଦନ, ଅଭିଷେକ ବଚ୍ଚନ, ତରଙ୍ଗ, ଆଲିଆ ଭଟ୍ଟ, ଆୟାନ ମୁଖାର୍ଜୀ, ଜୟରାମ, ରାହୁଲ ରଖେଲ ଓ ରୋହିତ ଧବନ୍ ଯୋଗ ଦେଇଥିଲେ।

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଚା’ ବଗିଚାରେ ଭୂମିକା

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର