ରିଷି କପୁରଙ୍କ ପାଇଁ ନିତୁ ଓ ରଣବୀରଙ୍କ ପ୍ରାର୍ଥନା ସଭା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ

ମୁମ୍ବାଇ,୩।୫: ବଲିଉଡର ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କର ଗତ ୩୦ ତାରିଖରେ ପରଲୋକ ହୋଇଛି। ତାଙ୍କର ମୃତ୍ୟୁ ଖବର ବଲିଉଡ ସହିତ ସାରା ଦେଶରେ ଶୋକର ପରିବେଶ ସୃଷ୍ଟି କରିଛି। ଏଭଳି ଏକ ଦୁଃଖଦ ପରିସ୍ଥିତିରେ କପୁର ପରିବାରକୁ ସମସ୍ତେ ସ୍ବାନ୍ତନା ଦେଉଛନ୍ତି ଓ ରିଷି କପୁରଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଏବେ ରିଷି କପୁରଙ୍କ ପତ୍ନୀ ନିତୁ ସିଂ ଓ ପୁଅ ରଣବୀର ମଧ୍ୟ ଏକ ପ୍ରାର୍ଥନା ସଭା ରଖିଛନ୍ତି।

ପ୍ରାର୍ଥନା ସଭାରେ ନିତୁ ଓ ରଣବୀରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦୁହେଁ ରିଷିଙ୍କ ଫଟୋ ପାଖରେ ବସିଛନ୍ତି। ରଣବୀର କପୁର ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିବା ବେଳେ କମଳା ରଙ୍ଗର ପଗଡି ପିନ୍ଧିଛନ୍ତି। ନିତୁ ମଧ୍ୟ ଧଳା ରଙ୍ଗର ସୁଟ୍ ପିନ୍ଧିଛନ୍ତି।

   ସମ୍ବନ୍ଧିତ ଖବର


ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା