ମହିଳାଙ୍କଠାରୁ ବ୍ୟାଗ୍ ଛଡାଇବାକୁ ଆସିଥିଲା ଚୋର,କିନ୍ତୁ ନିଜର ସ୍କୁଟି ହୋଇଗଲା ଚୋରି, ଦେଖନ୍ତୁ ଋଷି କପୁର ସେୟାର କରିଥିବା ଏହି ଭିଡିଓ

ମୁମ୍ବାଇ,୨୦।୯: ବଲିଉଡ ଅଭିନେତା ଋଷି କପୁର ସୋସିଆଲ ମିଡିରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକି ଏବେ ଖୁବ୍ ଭାଇରାଲ ହୋଇଛି। ତାଙ୍କ ଦ୍ବାରା ସେୟାର କରାଯାଇଥିଲା ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳାଙ୍କ ବ୍ୟାଗ ଛଡାଇବାକୁ ଜଣେ ଚୋର ଚେଷ୍ଟା କରୁଛି, ସେତେବେ   ଳେ ମହିଳା ଜଣକ ନିଜର ବ୍ୟାଗ୍ ଦୂରକୁ ଫୋପାଡି ଦିଅନ୍ତି। ଚୋର ଏହା ଦେଖି ବ୍ୟାଗ୍ ଧରିବାକୁ ପଛକୁ ଦୌଡିବା ବେଳେ ମହିଳା ଜଣକ ଚୋରର ସ୍କୁଟି ଧରି ପଳାଇ ଯାଆନ୍ତି ଓ ଚୋର କେବଳ ବୋକା ହୋଇ ଚାହିଁ ରହି ନିଜକୁ ଦୋଷ ଦେଉଥାଏ। ଏହି ଭିଡିଓକୁ ଋଷି କପୁର ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ତାଙ୍କର ଏହି ଭିଡିଓ ଉପରେ ଲୋକମାନେ ଭିନ୍ନ ଭିନ୍ନ ରିଆକ୍ସନ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି।

ଋଷି କପୁର ଏହି ଭିଡିଓ ସେୟାର କରି ଲେଖିଛନ୍ତି ‘ଚୋର ହେବ ତ ଏମିତି’। ତେବେ ଏହି ଭିଡିଓଟି ତିଆରି କରାଯାଇଥିବା ଏକ ଫନି ଭିଡିଓ। ଋଷି କପୁର ଏହି ଭିଡିଓକୁ ସେୟାର କରି ଏହା କହିଛନ୍ତି ଯେ, ଭିଡିଓଟି ତିଆରି ହୋଇଥିଲେ ମଧ୍ୟ ଖୁବ୍ ମଜାଦାର। ଋଷି କପୁର ଭିଡିଓଟିକୁ ସେୟାର କରିବାର ମାତ୍ର କିଛି ଘଣ୍ଟା ଭିତରେ ହଜାର ହଜାର ଭିୟୁଜ ଏବଂ କମେଣ୍ଟ ମିଳି ସାରିଲାଣି। ତେଣୁ ଭିଡିଓଟି ଏବେ ଯୋରଦାର ଭାଇରାଲ ହେଉଛି।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ