କରୋନା ଲକ୍‌ଡାଉନ୍‌ ଯୋଗୁ ଜନଧନ ଆକାଉଣ୍ଟରେ ଜମା ବୃଦ୍ଧି

ନୂଆଦିଲ୍ଲୀ ୨୪/୪: ଚଳିତ ମାସର ପ୍ରଥମ ସପ୍ତାହରେ ଜନଧନ ଆକାଉଣ୍ଟଗୁଡିକରେ ଜମା ପରିମାଣରେ ଆକସ୍ମିକ ବୃଦ୍ଧି ଘଟିଛି । କରୋନା ଲକ୍‌ଡାଉନ୍‌ ଯୋଗୁ ସମସ୍ୟାରେ ଥିବା ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ଏଭଳି ଆକାଉଣ୍ଟଗୁଡିକରେ ଟଙ୍କା ସ୍ଥାନାନ୍ତର କରିଛନ୍ତି । ଫଳରେ ଜନଧନ ଜମାରେ ହଠାତ୍‌ ବୃଦ୍ଧି ଘଟିଛି ।

ସରକାରୀ ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(ପିଏମ୍‌ଜେଡିୱାଇ) ଅଧୀନରେ ଖୋଲାଯାଇଥିବା ଖାତାଗୁଡିକରେ ଏପ୍ରିଲ ୮ରେ ଶେଷ ହୋଇଥିବା ସପ୍ତାହରେ ମୋଟ ଜମା ପରିମାଣ ୧.୨୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏପ୍ରିଲ ୧ରେ ଶେଷ ହୋଇଥିବା ସପ୍ତାହରେ ଏହା ୧.୨୦ ଲକ୍ଷ କୋଟି ଟଙ୍କା ଥିଲା । ଜନଧନ ଖାତାରେ ଏହା ସର୍ବବୃହତ୍‌ ସାପ୍ତାହିକ ବୃଦ୍ଧି । ସଦ୍ୟ ତଥ୍ୟ ଅନୁସାରେ, ଏପ୍ରିଲ ୮ ସୁଦ୍ଧା ୩୮.୧୨ କୋଟି ଖାତାରେ ଜମା ପରିମାଣ ୧,୨୭,୭୪୮.୪୩ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲ ୧ ସୁଦ୍ଧା ଏହା ୧,୧୯,୬୮୦.୮୬ କୋଟି ଟଙ୍କା ଥିଲା ।

ମାର୍ଚ୍ଚ ୪ ଏବଂ ମାର୍ଚ୍ଚ ୨୫ରେ ଶେଷ ହୋଇଥିବା ସପ୍ତାହରେ ଏସବୁ ଆକାଉଣ୍ଟଗୁଡିକରେ ଜମା ପରିମାଣ ଯଥାକ୍ରମେ ୧.୧୭ ଲକ୍ଷ କୋଟି ଏବଂ ୧.୧୮ ଲକ୍ଷ କୋଟି ଥିଲା ।

ଗତମାସ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଘୋଷଣା କରାଯାଇଥିଲା । ଏହା ଅନ୍ତର୍ଗତ ୨୦୨୦ ଏପ୍ରିଲ ୧୩ ସୁଦ୍ଧା ୧୯.୮୬ କୋଟି ମହିଳାଙ୍କ ଜନଧନ ଖାତକୁ ୯୯୩୦ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି।
ଡିବିଟି ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ଜରିଆରେ ଏହି ଟଙ୍କା ସ୍ଥାନାନ୍ତର କରାଯାଇଛି । ପ୍ୟାକେଜ୍‌ ଅନ୍ତର୍ଗତ ଏପ୍ରିଲ, ମେ’, ଜୁନ୍‌ ଏହି ୩ ମାସ ପାଇଁ ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ମୋଟ ୧୫୦୦ ଟଙ୍କା ପ୍ରଦାନ କରାଯିବ ।

   ସମ୍ବନ୍ଧିତ ଖବର


ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କରୋନା ଆକ୍ରାନ୍ତ ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?