ନିଜର ପାର୍ଟନରଙ୍କ ପାଖକୁ ଗଲେ କରୋନା ବିପଦ ଥାଏ କି ? ଜାଣନ୍ତୁ ଏକ୍ସପର୍ଟମାନେ କଣ କହିଛନ୍ତି …

ନୂଆଦିଲ୍ଲୀ – କରୋନା ଭାଇରସ୍‌ କବଳରେ କିଏ ବି ସହଜରେ ଆସିପାରେ । ଏହି  ଭିତରେ ଅନେକ ଲୋକଙ୍କ ମନରେ  ଏହି ପ୍ରଶ୍ନ ଉଠୁଛି କି ଲଭ୍‌ ମେକିଂରେ ମଧ୍ୟ ସଂକ୍ରମଣର ବିପଦ ବଢ଼ିଯାଏ ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହି ସାରିଛି ଯେ, କରୋନା ଭାଇରସ ସେକ୍ସୁଆଲି ଟ୍ରାନ୍ସମିଟେଡ୍‌  ଇନଫେକ୍ସନ ନୁହେଁ । ଏକ୍ସପର୍ଟଙ୍କର ମଧ୍ୟ କହିବା ହେଲା ଯେ, ଯଦି ଆପଣ କାହା ସହ ପ୍ରଥମରୁ ରିଲେସନଶିପ୍‌ରେ ଅଛନ୍ତି ଏବଂ  ସେହି ବ୍ୟକ୍ତିଙ୍କ ସହ  ଗୋଟିଏ ପ୍ରକାରର ମାହୋଲରେ ରହୁଛନ୍ତି ତ ସେହି ମୋହୋଲରେ କିଛି ବି ପରିବର୍ତ୍ତନ ହେବା ଉଚିତ୍‌ ନୁହେଁ ।

ଯଦି  ଆପଣ ଦୁହିଁଙ୍କ ଭିତରେ  କାହାକୁ ବି  କରୋନା ଲକ୍ଷଣ  ଦେଖାଦିଏ ତ ଆପଣଙ୍କୁ ଦୂରତା ରକ୍ଷା କରିବା ନିହାତି ଜରୁରୀ । ନିଜର ଘରେ ଆଇସୋଲେସନରେ ରହିବା ଦରକାର ।  

ଏକ୍ସପର୍ଟଙ୍କ କହିବା ହେଲା , କରୋନା ଲକ୍ଷଣ ଦେଖିବା ମାତ୍ରେ ପରସ୍ପର ଭିତରେ  ଅତି କମ୍‌ରେ  ୨ ମିଟରର ଦୂରତା ରଖିବା ଦରକାର । ଯଦି ଆପଣଙ୍କ ଠାରେ କରୋନା ଲକ୍ଷଣ ଅଛି , ଆପଣ ନିଜର ପାର୍ଟନରଙ୍କ ଠାରୁ ଦୂରତା ରଖୁ ନାହାନ୍ତି ତ ନିଶ୍ଚିତ ଭାବେ ଆପଣଙ୍କ ପାର୍ଟନରଙ୍କୁ କରୋନା ସଂକ୍ରମଣ ହୋଇପାରେ ।

ଏକ୍ସପର୍ଟ ଆଉ ମଧ୍ୟ କହିଛନ୍ତି ଯେ,  ଏହି ସମୟରେ ନୂଆ ଲୋକଙ୍କ ସହ ଶାରୀରିକ ସମ୍ୱନ୍ଧ କରିବାରୁ ନିବୃତ୍ତ  ରହିବା ଉଚିତ୍‌ , କାରଣ ଏଥିରେ କରୋନା ହେବାର ବିପଦ ବହୁତ ଅଧିକ ଥାଏ । ଏବେ ଅଧିକାଂଶ ମାମଲା  ଏମିତି ହିଁ ଆସୁଛି । ଯେଉଁଥିରେ ଲକ୍ଷଣ ନଥାଇ ବି ଲୋକେ ସଂକ୍ରମିତ  ହେଉଛନ୍ତି । ଏଣୁ ପାର୍ଟନରଙ୍କୁ ଖୁବ୍‌ ସାବଧାନତାର ସହ ରହିବା ଉଚିତ୍‌ ।

   ସମ୍ବନ୍ଧିତ ଖବର


ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଧୀବର: ଜାଲରେ ଲାଗିଲା ଏମିତି ଜିନିଷ, ରାତାରାତି ହୋଇଗଲେ ୨୫ କୋଟିର ମାଲିକ…

ମୁକେଶ ଅମ୍ବାନୀଙ୍କ ଗ୍ୟାରେଜରେ ଠିଆ ହୋଇଛି ସବୁଠାରୁ ମହଙ୍ଗା ଗାଡି, ଦେଖନ୍ତୁ କାର୍ କଲେକ୍ସନ

କଡା ନିୟମ, ଏଣିକି ବାହାଘର କାର୍ଡରେ ଲେଖିବାକୁ ପଡିବ ଏହି ସୂଚନା !

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ବଜାର ଠାରୁ ଶସ୍ତା ଦାମ୍‌ରେ ସୁନା କିଣିବାର ସୁଯୋଗ ଆପଣଙ୍କ ପାଖରେ – କେମିତି ଜାଣନ୍ତୁ

ମହାନତା ଦେଖାଇଲେ କ୍ରିକେଟ୍‌ର ‘ଭଗବାନ’: ୬ଟି ରାଜ୍ୟର ୧୦୦ ଶିଶୁଙ୍କ ଚିକିତ୍ସା କରାଇଲେ ସଚିନ