ରାଜନୀତିରେ ସାମିଲ ହେଲେ ଏହି ଭାରତୀୟ କ୍ରିକେଟଙ୍କର ପତ୍ନୀ, ଧରିଲେ ଭାଜପାର ହାତ

ନୂଆଦିଲ୍ଲୀ,୪।୩: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଭାରତୀୟ ଦଳର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରଭାବିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବୋଲି ରିବାବା କହିଛନ୍ତି। ରବିବାର ସନ୍ଧ୍ୟାରେ ଗୁଜୁରାଟ କୃଷି ମନ୍ତ୍ରୀ ଆରସୀ ଫାଲଦୁ ଏବଂ ସାଂସଦ ପୁନମ ମଦମଙ୍କ ଉପସ୍ଥିତିରେ ରିବାବା ବିଜେପିରେ ଯୋଗ ଦେଇଛନ୍ତି।

ରିବାବା ରାଜକୋଟର ଜଣେ କଣ୍ଟ୍ରାକ୍ଟର ଏବଂ କୋଟିପତି ବ୍ୟବସାୟୀ ହରଦେବ ସିଂହ ସୋଲାଙ୍କୀଙ୍କ ଝିଅ। ରିବାବାଙ୍କ ମାଆ ପ୍ରଫୁଲ୍ଲବା ରାଜକୋଟ୍ ରେଲଓ୍ବେରେ କାର୍ଯ୍ୟରତ। ରିବାବା ବାପା ମାଆଙ୍କର ଏକମାତ୍ର ସନ୍ତାନ। ରିବାବା ଜଣେ ମେକାନିକାଲ ଇଞ୍ଜିନିୟର। ସେ ୟୁପିଏସପି ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ। ରିବାବାଙ୍କ ପରିବାର ରାଜକୋଟ କାଲାଓ୍ବଡ ରୋଡ ସ୍ଥିତ ସରିତା ବିହାର ସୋସାଇଟିରେ ରୁହନ୍ତି।
ରିବାବାଙ୍କ କକା ହରସିଂହ ସୋଲାଙ୍କୀ ଗୁଜୁରାଟ କଂଗ୍ରେସର ଜଣେ ବରିଷ୍ଠ ନେତା। ରିବାବା ଓ ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିବାହ ୧୭ ଅପ୍ରେଲରେ ହୋଇଥିଲା। ରିବାବା ଗୁଜୁରାଟ କରଣୀ ସେନାର ମହିଳା ଅଧ୍ୟକ୍ଷ ଅଟନ୍ତି।