PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କରୋନା ଭାକ୍‌ସିନ୍‌ ପାଇଁ ଆଉ ଲମ୍ୱା ଧାଡ଼ି ଲାଗିବନି , ଦିଲ୍ଲୀରେ ଆରମ୍ଭ ହେଲା ‘ଡ୍ରାଇଭ୍‌ ଥ୍ରୁ ଭାକ୍‌ସିନେସନ’

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନାର ଗତି ନିଶ୍ଚୟ ଧିମା ପଡ଼ିଛି , ହେଲେ ଟିକାକରଣର ଗତି ବି ଦ୍ରୁତ ହୋଇ ପାରି ନାହିଁ । ରାଜ୍ୟ ସରକାର ଅନେକ ଥର  କହିଛନ୍ତି କି , ତାଙ୍କୁ କେନ୍ଦ୍ର ପକ୍ଷରୁ ପର୍ଯ୍ୟାପ୍ତ ଭାକ୍‌ସିନ୍‌ ମିଳୁନାହିଁ । ଏହି କାରଣରୁ ମଝିରେ ଦିଲ୍ଲୀରେ ୧୮+ ପାଇଁ ଟିକା ବି ବନ୍ଦ କରିଦିଆ ଯାଇଥିଲା । ଏବେ ଭାକ୍‌ସିନ୍‌ର ଅଭାବ ମଧ୍ୟରେ ରାଜଧାନୀରେ ଏକ ନୂଆ ପ୍ରୟାସର ଆରମ୍ଭ ହୋଇ ଯାଇଛି । ଡ୍ରାଇଭ୍‌ ଥ୍ରୁ ଭାକ୍‌ସିନେସନ ସେଣ୍ଟରର ଆରମ୍ଭ କରାଯାଇଛି।

ଡ୍ରାଇଭ୍‌ ଥ୍ରୁ ଭାକ୍ସିନେସନ ସେଣ୍ଟରରେ ଲୋକେ ବିନା ଲାଇନ୍‌ରେ କେବଳ ନିଜର ଗାଡ଼ି ବା ବାଇକ୍‌ରେ ଆସିବେ , କରୋନାର ଟିକା ଲଗାଇବେ ଏବଂ ପୁଣି ୩୦ମିନିଟ୍‌ ଯାଏ ପାର୍କିଂ ଏରିଆରେ ହିଁ ରହିବେ । ଏହି ପ୍ରକ୍ରିୟା ସମୟ ବଞ୍ଚାଇବ ବୋଲି କୁହାଯାଉଛି ଏବଂ ଲୋକଙ୍କୁ  ସୋସିଆଲ ଡିଷ୍ଟାନ୍ସିଂର ମଧ୍ୟ ଚିନ୍ତା କରିବାକୁ ପଡ଼ିବ ନାହିଁ ।

 ଏହି ସମୟରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଡ୍ରାଇଭ୍‌ ଥ୍ରୁ ଭାକ୍ସିନେସନ ସେଣ୍ଟରର ଶୁଭାରମ୍ଭ କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସମୟରେ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୁହାଯାଇ ଥିଲା କି  ଛତ୍ରସାଲ ଷ୍ଟାଡିୟମରେ ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଭାକ୍‌ସିନ୍ ମାଗଣାରେ  ଦିଆଯିବ । ଦିଲ୍ଲୀକୁ ଭାକ୍‌ସିନ୍‌ର ସପ୍ଲାଇ ବଢ଼ିବା କ୍ଷଣି ଆମେ ଯୁବା ବର୍ଗଙ୍କୁ ମଧ୍ୟ ଟିକା ଦେବୁ ।