PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ସୁଶାନ୍ତଙ୍କ ବଡ ଭଉଣୀଙ୍କ ଏଫଡିରୁ ଗାଏବ୍ ହୋଇଛି ୨.୫ କୋଟି ଟଙ୍କା, ରିୟାଙ୍କୁ ଇଡିର ପଚରାଉଚରା ବେଳେ ଖୁଲାସା

https://www.naidunia.com/

ମୁମ୍ବାଇ,୯।୮:  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବେ  ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରଖିଛି। ଏହି ସମୟରେ  ସୁଶାନ୍ତଙ୍କ ଅର୍ଥ ହେରଫେର କରିବାରେ ରିୟାଙ୍କର ହାତ ରହିଥିବା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ଏହି କଥାର ଆରମ୍ଭ  ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୫ କୋଟି ଟଙ୍କା ସହିତ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ତାଙ୍କ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ପାଖରେ ପହଞ୍ଚିଛି।

ଇଡିର ପଚରାଉଚରା ବେଳେ  ରିୟା କହିଛନ୍ତି, କିଛି ଟଙ୍କା କମ୍ପାନୀର ଲେଖାଜୋଖା ରଖୁଥିବା ଦୁଇଜଣ ଚାଟାର୍ଡ ଆକାଉଣ୍ଟଙ୍କ ନାମରେ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସମୟରେ ପ୍ରାୟ ୨ କୋଟି ୬୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସୁଶାନ୍ତ ନିଜର ବଡ ଭଉଣୀଙ୍କ ନାମରେ ସାଢେ ୪କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ କରିଥିଲେ, କିନ୍ତୁ ରିୟା ଯେତେବେଳେ ସୁଶାନ୍ତଙ୍କ ଜୀବନରେ ଆସିଥିଲେ ଏହାପରେ ଦୁଇ ଚାଟାର୍ଟ ଆକାଉଣ୍ଟାଣ୍ଟ, ରିୟା ଓ ତାଙ୍କର ଭାଇ ଅଢେଇ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ଅର୍ଥ ଏକାଠି ମିଶି ନେଇଯାଇଥିଲେ। ଏବେ କେବଳ ୨ କୋଟି ଟଙ୍କା ହିଁ ରହିଯାଇଛି।

ଏହାଛଡା ସୁଶାନ୍ତଙ୍କ କମ୍ପାନୀର ହିସାବ କିତାବ, ବ୍ୟାଙ୍କ ଖାତା ଓ ଜମା ଅର୍ଥର ଗଣିତରେ ବହୁ ସନ୍ଧିଗ୍ଧ ଲେଣଦେଣ କାରବାରର ସୁରାଗ ଇଡିକୁ ମିଳିଛି, କିନ୍ତୁ ରିୟା ଏହି ବିଷୟରେ ବିଶେଷ କିଛି ସୂଚନା ଦେଉନାହାନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଥିଲେ, ମୋର ପୁଅର ଏକ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି ଯେ, ସେତେବେଳେ ବ୍ୟାଙ୍କ ଖାତାରେ ୧୭ କୋଟି ଟଙ୍କା ଥିଲା। ଗତ ୧ ବର୍ଷରେ ୧୫ କୋଟି ଟଙ୍କାର ବାହାର କରାଯାଇଛି। ଯେଉଁସ୍ଥାନକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଛି ତାଙ୍କର ମୋ ପୁଅ ସହ କୌଣସି ସମ୍ପର୍କ ନାହିଁ। ମୋ ପୁଅର ସବୁ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଉ। ରିୟା, ତାଙ୍କ ପରିବାର  ଏବଂ ସହଯୋଗୀମାନେ ଏହି ଟଙ୍କା ଧୋକା ଦେଇ ମୋ ପୁଅଠାରୁ ବାହାର କରିଛନ୍ତି ବୋଲି ସୁଶାନ୍ତଙ୍କ ବାପା କେକେ ସିଂ ଅଭିଯୋଗ କରିଥିଲେ।