ବିହାରରେ କଂଗ୍ରେସକୁ ଶକ୍ତ ଧକ୍କା: ୨ ରାଜ୍ୟସଭା ଆସନରୁ ପ୍ରାର୍ଥୀ ଦେଲା ଆର୍‌ଜେଡି

ପାଟନା ୧୩/୩: କଂଗ୍ରେସର ସହଯୋଗୀ ଦଳ ଆର୍‌ଜେଡି ବିହାରରେ କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି । ରାଜ୍ୟସଭା ନିର୍ବାଚନ ନିମନ୍ତେ ଆର୍‌ଜେଡି କଂଗ୍ରେସର ବିନା ସହମତିରେ ନିଜ ଦଳରୁ ୨ ଜଣ ନେତାଙ୍କୁ ଟିକେଟ ଦେଇଛି । ଫଳରେ ଲୋକସଭା ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝମଣାରୁ ଆର୍‌ଜେଡି ଓହରି ଯାଇଥିବା ଜଣାପଡ଼ିଛି । ରାଜ୍ୟସଭାରେ ଆସନ ନିମନ୍ତେ ଆଶା ବାନ୍ଧି ବସି ଥିବା କଂଗ୍ରେସ ଏନେଇ ଅସନ୍ତୋଷ ଜାହିର କରିଛି । କଂଗ୍ରେସ ନେତା ପ୍ରେମଚନ୍ଦ୍ର ମିଶ୍ର କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ସମୟରେ ଆର୍‌ଜେଡି କଂଗ୍ରେସକୁ ଅଧିକ ଆସନ ଦେବ ବୋଲି ତେଜସ୍ୱୀ ଯାଦବ ପ୍ରତିଶ୍ରୁତି ଦେଇଥିଲେ ।

ରାଜ୍ୟସଭାରେ ସେ କଂଗ୍ରେସକୁ ଗୋଟିଏ ଆସନ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ବର୍ତ୍ତମାନ ତାଙ୍କର ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଏଣୁ ବିଧାନସଭା ନିର୍ବାଚନରେ ମଧ୍ୟ ସେ ପ୍ରତିଶ୍ରୁତି ପୂରଣ କରିବେନି ଏହା ପ୍ରମାଣିତ ହୋଇଛି । ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ ଆର୍‌ଜେଡି ଏହାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଉଭୟ ପ୍ରାର୍ଥୀ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିସାରିଛନ୍ତି ।

   ସମ୍ବନ୍ଧିତ ଖବର


ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ, ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବାକୁ ଅନୁମତି ମାଗିଲା ପୋଲିସ…

ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ

ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି

ଓଡ଼ିଶାରେ ତଳକୁ ଖସିଲା କରୋନା ଗ୍ରାଫ୍: ୨୪ଘଣ୍ଟା ଆଉ ୫୯୪ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ଟପିଲା

ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ