ଆର୍‌ଏନ୍‌ଏ କିଟ୍‌ସ୍‌ ଅଭାବ, ଏସ୍‌ସିବିରେ ସ୍ୱାବ୍‌ ପରୀକ୍ଷା ବନ୍ଦ: ପରୀକ୍ଷା ପାଇଁ ରହିଛି ୩୯୭ ସ୍ବାବ ନମୁନା

କଟକ ୨୦/୪: ରାଇବୋ ନ୍ୟୁକ୍ଲିକ୍‌ ଏସିଡ୍‌ (ଆର୍‌ଏନ୍‌ଏ) କିଟ୍‌ସ୍‌ ଶେଷ ହୋଇଯାଇଥିବାରୁ ରବିବାର ଦିନ ତମାମ୍‌ ଏସ୍‌ସିବି ମେଡିକାଲରେ କରୋନା ପାଇଁ ହେଉଥିବା ସ୍ୱାବ୍‌ ପରୀକ୍ଷା ବନ୍ଦ ରହିଛି । ଗତକାଲି ରାତିରୁ ଏହି କିଟ୍‌ସ୍‌ ଶେଷ ହୋଇଯାଇଥିବା ଜଣାପଡିଛି । ଫଳରେ ଏସ୍‌ସିବିର ଦୁଇଟି ଲ୍ୟାବ୍‌ (କାଇକ୍ରୋବାଇଓଲୋଜି ଓ ବାଇଓକେମିଷ୍ଟ୍ରି)ରେ ଡାକ୍ତର ଓ କର୍ମଚାରୀ ହାତ ବାନ୍ଧି ବସିଛନ୍ତି । କିଟ୍‌ସ୍‌ ଶେଷ ହୋଇଯିବା ନେଇ ସରକାରଙ୍କୁ ଅବଗତ କରାଯାଇ କୋଲକାତାରୁ ମଗାଯାଇଛି । ସୋମବାର ଅପରାହ୍ନ ସୁଦ୍ଧା କିଟ୍‌ସ୍‌ ମିଳିଯିବ ଓ କିଟ୍‌ସ୍‌ ଆସିବା ପରେ ନମୁନା ପରୀକ୍ଷା କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ଏଭଳି ଅବସ୍ଥାରେ ମେଡିକାଲରେ ୩୯୭ ସ୍ୱାବ୍‌ ପରୀକ୍ଷା ନହୋଇ ରହିଛି ।

ଘଟଣା ସମ୍ପର୍କରେ କରୋନା ନୋଡାଲ ଅଫିସର ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି, କିଟସ୍‌ ଅଭାବ ଥିବା ଶୁଣିଥିଲି, କିନ୍ତୁ ପରୀକ୍ଷା ବନ୍ଦ ରହିବା କଥା ମୁଁ ଜାଣିନାହିଁ । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସଂଗୃହୀତ ସ୍ୱାବ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ପଜିଟିଭ୍‌ ରୋଗୀଙ୍କ ଅଞ୍ଚଳର ସ୍ୱାବ୍‌ ରହିଛି । ଏସ୍‌ସିବିରେ ଏଥରକୁ ମିଶାଇ ୩ଥର ଏଭଳି ପରିସ୍ଥିତି ଉପୁଜିଲାଣି । ଗତ ସପ୍ତାହରେ ସଂଗୃହୀତ ନମୁନାରେ ନାମ, ଠିକଣା ଆଦି ଭୁଲ ଥିବାରୁ ମୋଟିଏ ଦିନ ପରୀକ୍ଷା ବନ୍ଦ ରହିଥିଲା । ୩ ଦିନ ତଳେ କେମିକାଲ ଶେଷ ହୋଇଯିବାରୁ ମଧ୍ୟ ପରୀକ୍ଷା ବନ୍ଦ ରହିଥିଲା ।

ଏସ୍‌ସିବିର ଜଣେ ଡାକ୍ତରଙ୍କ କହିବାନୁଯାୟୀ, କେବଳ ଏସ୍‌ସିବି ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏବେ ଏଭଳି ଅବସ୍ଥା ଉପୁଜୁଛି । ଏହାର କାରଣ, ହଠାତ ଏଭଳି ଏକ ରୋଗ ଆସିବ ଓ ଏତେ ସଂଖ୍ୟାରେ ପରୀକ୍ଷାର ଆବଶ୍ୟକ ପଡ଼ିବ ବୋଲି କେହି ଭାବିନଥିଲେ । ତେଣୁ ହଠାତ ଚାହିଦା ବଢ଼ିଯିବାରୁ କିଟ୍‌ସର ଅଭାବ ଦେଖାଦେଉଛି । କିଟ୍‌ସ୍‌ ଶେଷ ହୋଇଯିବା ଘଟଣାକୁ ସରକାର ଗୁରୁତ୍ୱର ସହିତ ଗ୍ରହଣ କରି ତୁରନ୍ତ କୋଲକାତା ଲାବୋରେଟୋରୀ ସହିତ ଯୋଗାଯୋଗ କରିଛନ୍ତି । ଗତକାଲି ଏସ୍‌ସିବିରେ ମୋଟ ୧୫୦ ନମୁନା ପରୀକ୍ଷା କରାଯାଇଥିଲା । ସମସ୍ତ ନମୁନା ନେଗେଟିଭ ଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଏହି ଦେଶର ରାଜା ନିଜ କୁକୁରକୁ କଲେ ଏୟାରଫୋର୍ସ ଚିଫ୍,୨୦ ସେକ୍ସ ସୋଲଜରଙ୍କ ସହ ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ

ଭାରତକୁ ଆସିବା ପାଇଁ ସମସ୍ତଙ୍କୁ ଅନୁମତି ଦେଲା ଗୃହମନ୍ତ୍ରଣାଳୟ, କେବଳ ଏମାନଙ୍କ ପ୍ରବେଶ ଉପରେ ରହିଛି କଟକଣା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା