PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନୂଆ ମୋଟରଯାନ ଆଇନ ଲାଗୁ ପରେ କମିଛି ଦୁର୍ଘଟଣା ମୃତ୍ୟୁ

ଭୁବନେଶ୍ୱର ୧୯/୧୨: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ହାର କମିଛି। ଗତବର୍ଷ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମ୍‌ ରହିଛି । ଗତବର୍ଷ ତୁଳନାରେ ଏ ବର୍ଷ ସେପ୍ଟେମ୍ବରରେ ୧୧% ଓ ଅକ୍ଟୋବରରେ ୧୯% ଏହି ମୃତ୍ୟୁ ହାର ହ୍ରାସ ପାଇଛି । ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିଥିବାବେଳେ ପରିବହନ ସଚିବ ଜି.ଶ୍ରୀନିବାସ, କମିଶନର ସଂଜୀବ ପଣ୍ଡା, ବରିଷ୍ଠ ପୁଲିସ ଅଧିକାରୀ, ବସ୍‌ ମାଲିକ ସଂଘ ପ୍ରତିନିଧି, ପୂର୍ତ୍ତ ଓ ଏନଏଚଏଆଇ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ସଡ଼କ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ରଖିଥିବା ଟିପ୍ପଣୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟରେ ଦୁର୍ଘଟଣା ହାରକୁ କିଭଳି ହ୍ରାସ କରାଯିବ, ସେ ନେଇ ଯୋଜନା ହୋଇଥିଲା।

ସୂଚନା ମୁତାବକ, ଗତ ଦଶନ୍ଧି ଭିତରେ ରାଜ୍ୟରେ ସଡ଼କ ଦୁର୍ଘଟଣା ୩୮,୨୦୦ ଜଣ ଲୋକଙ୍କ ଜୀବନ ନେଇଛି । ୨୦୧୮ରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଯୋଗୁ ୫୩୧୫ଜଣଙ୍କ ଜୀବନ ଯାଇଛି । ଏଥିରେ ୫ ହଜାର ବ୍ୟକ୍ତି ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଜୀବନ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୭୦% ଯୁବପିଢ଼ି । ଚିନ୍ତାର ବିଷୟ ହେଲା, ଦେଶରେ ପ୍ରତି ଶହେଟି ଦୁର୍ଘଟଣାରେ ୩୨ଜଣ ପ୍ରାଣ ହରାଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୪୭ । ୨୦୧୪ରୁ ୨୦୧୮ ଭିତରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ୩୫.୨ ପ୍ରତିଶତ ବଢ଼ିଛି । ଏହି ହାରକୁ ୨୦%କୁ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣା କମିଛି। ୮ହଜାର ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି । ପୁଲିସ ଓ ଆରଟିଓ ମିଶି ୧ ଲକ୍ଷ ୯୦ ହଜାର ଗାଡ଼ି ଚାଳକଙ୍କୁ ଚାଲାଣ କାଟିଛନ୍ତି। ୫ ଲକ୍ଷ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦିଆଯାଇଛି। ଯାହାକି ଏକ ରେକର୍ଡ। ଗତ ବର୍ଷକ ଭିତରେ ଯେତିକି ଲାଇସେନ୍ସ ଦିଆଯାଇଥିଲା, ତା’ର ଦୁଇ ଗୁଣ ଲାଇସେନ୍ସ ନୂଆ ମୋଟର ଯାନ ଆଇନ ଆସିବା ପରେ ଜାରି ହୋଇଛି । ଏସବୁ କାରଣରୁ ବର୍ତ୍ତମାନ ଦୁର୍ଘଟଣାଜନିତ ମୃତ୍ୟୁ କମିଛି।

ସେହିପରି ରାଜ୍ୟର ସବୁଠୁ ଦୁର୍ଘଟଣା ପ୍ରବଣ ୫ଟି ରାସ୍ତାକୁ ଚିହ୍ନଟ କରାଯାଇଛି। ଜଳେଶ୍ୱର-ଇଚ୍ଛାପୁରମ (୪୪୪ କିମି), ଭୁବନେଶ୍ୱର-ପୁରୀ (୭୦ କିମି), ସମ୍ବଲପୁର-ସୋହେଲା (୮୦ କିମି), ମଙ୍ଗୁଳି-ସମ୍ବଲପୁର (୨୬୦ କିମି), ସମ୍ବଲପୁର-ରାଉରକେଲା (୧୮୨ କିମି) ରାସ୍ତାରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଦିଆଯାଇଛି। ଦୁର୍ଘଟଣାରେ ଜଳେଶ୍ୱର-ଇଚ୍ଛାପୁରମ ରାସ୍ତାରେ ବର୍ଷକୁ ହାରାହାରି ୫୨୧ ଜଣଙ୍କ ମୃତ୍ୟୁ ହେଉଥିବାବେଳେ ଭୁବନେଶ୍ୱର-ପୁରୀ ରାସ୍ତାରେ ୮୪, ସମ୍ବଲପୁର-ସୋହେଲା ରାସ୍ତାରେ ୧୦୮, ମଙ୍ଗୁଳି-ସମ୍ବଲପୁର ରାସ୍ତାରେ ୧୮୦, ସମ୍ବଲପୁର-ରାଉରକେଲା ରାସ୍ତାରେ ପ୍ରାୟ ୮୦ଟି ଜୀବନ ଯାଉଛି ପ୍ରତି ବର୍ଷ। ଏହି ରାସ୍ତାରେ ଦୁର୍ଘଟଣା ଏଡ଼ାଇବାକୁ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ଧରପଗଡ଼ ବଢ଼ିବ। ଏଥିପାଇଁ ୧୧୯ଜଣ ସବ୍‌ ଇନ୍ସପେକ୍ଟର, ୨୧୬ଜଣ କନଷ୍ଟେବଳ, ୧୩୮ଜଣ ସହକାରୀ ଡ୍ରାଇଭର, ଆଟେଡାଣ୍ଟ ନିୟୋଜିତ ହେବେ। ଆମ୍ବୁଲାନ୍ସ ୧୦ଟି ଓ ୩୬ଟି ବୋଲେରୋ ଗାଡ଼ି ନିୟୋଜିତ କରାଯିବ। ଏହି ପାଟ୍ରୋଲିଂ ପାଇଁ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।

ବୈଠକରେ ଏନଏଚଏଆଇ କର୍ତ୍ତୃପକ୍ଷ ଦର୍ଶାଇଥିଲେ, ଏନଏଚଏଆଇର ୧୪୫୨ଟି ଜଙ୍କସନରେ ରାସ୍ତା ଠିକ୍‌ଠାକ୍‌ ରହିଛି। ଏଥିରେ କିଛି ସମସ୍ୟା ନାହିଁ। ତେବେ ଏନଏଚଏଆଇ ନିର୍ମାଣ ଓ ଡିଜାଇନରେ ତ୍ରୁଟି ଯୋଗୁ ଦୁର୍ଘଟଣା ବଢ଼ୁଥିବା ନେଇ ଅନେକ ଆପତ୍ତି ଉଠିଥିଲା। ଏଥିପାଇଁ ଏନଏଚଏଆଇ ରାସ୍ତାଗୁଡ଼ିକର ତୃତୀୟ ପକ୍ଷ ଦ୍ୱାରା ଅଡିଟ୍‌ କରାଯିବ। ଏ ନେଇ ଆଇଆଇଟି ଭୁବନେଶ୍ୱରକୁ ଅନୁରୋଧ କରାଯାଇଛି। ୬ ମାସ ଭିତରେ ଅଡିଟ୍‌ ରିପୋର୍ଟ ଦାଖଲ ହେବ।

ସେହିପରି ଦୁର୍ଘଟଣା ଏଡ଼ାଇବାକୁ ପ୍ରମୁଖ ରାସ୍ତାଗୁଡ଼ିକୁ ଆଲୋକୀକରଣ କରାଯିବ। ଏଥିପାଇଁ ଏନଏଚଏଆଇ, ପୂର୍ତ୍ତ ବିଭାଗକୁ କୁହାଯାଇଛି। ସଡ଼କ ସୁରକ୍ଷା ସଚେତନତା ପାଇଁ ବିଭିନ୍ନ ଆରଟିଓଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିଭିନ୍ନ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ବିପଦପୂର୍ଣ୍ଣ ସେତୁଗୁଡ଼ିକର ସର୍ଭେ କରାଯାଇଛି। ଆଇଆରସି ଷ୍ଟାଣ୍ଡାର୍ଡର ମରାମତି କରାଯାଉଛି । ଜଳାଶୟ ଓ ପାହାଡ଼ିଆ ଅଞ୍ଚଳ ନିକଟ ରାସ୍ତାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର