ପୁଅକୁ ପାଣି ପିଆଉଥିବା ବେଳେ ଚଢ଼ିଗଲା ଟ୍ରକ: ମା’ପୁଅ ମୃତ, ବାପା ଗୁରୁତର

ଖଡିଆଳ ଏନଏସି ୨/୨: ରାସ୍ତାକଡ଼ରେ ବାଇକ୍‌ ଛିଡ଼ାକରି ତୃଷାର୍ତ୍ତ ପୁଅକୁ ପାଣି ପିଆଉଥିଲେ ବାପାମା । ଏତିକିବେଳେ ଯମଦୂତ ସାଜିଲା ଟ୍ରକ୍‌ । ଦ୍ରୁତ ଗତିରେ ଆସି ଟ୍ରକ୍‌ଟି ମା’ପୁଅକୁ ଦଳି ଦେଇ ଚାଲିଗଲା । ରାସ୍ତାସାରା ଛିଟିକି ପଡ଼ିଲା ମା’ପୁଅଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ । ବାଇକ୍‌ରୁ ବାପା ଛିକିଟି ପଡ଼ିବାରୁ ଜୀବନ ରକ୍ଷା ପାଇଗଲେ । ହେଲେ ଗୋଡ଼ ହରାଇ ବସିଲେ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁର୍ଘଟଣା ପରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ରାସ୍ତାଅବରୋଧ କରିଥିଲେ ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗଣେଶ ଦଣ୍ଡସେନା କିଛିବର୍ଷ ପେଟପାଟଣା ପାଇଁ ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧକୁ ଚାଲି ଆସିଥିଲେ । ଏଠାରେ ରହି ସେ ଖଡ଼ିଆଳ ଥାନା ଦମାପଲା ଗ୍ରାମର ଧ୍ରୁବ ଚରଣ ବିଶିଙ୍କ ଝିଅ ଗୀତା (୨୫)ଙ୍କୁ ବିବାହ କରିଥିଲେ । ଆଜି ସ୍ତ୍ରୀ ଗୀତା ଏବଂ ୨ ବର୍ଷର ପୁଅକୁ ବାଇକ୍‌ରେ ଧରି ଗଣେଶ ଖଡ଼ିଆଳ ପଟକୁ ଆସୁଥିଲେ । ବାଟରେ ଦେଓବାହାଲ ଗାଁ ନିକଟରେ ବାଇକ୍‌ ଅଟକାଇ ସ୍ୱାମୀ ସ୍ତ୍ରୀ ପୁଅକୁ ପାଣି ପିଆଉଥିଲେ । ଏହି ସମୟରେ ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ମା’ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗଣେଶ ଛିଟିକି ପଡ଼ିଥିଲେ ଏବଂ ତାଙ୍କର ଏକ ଗୋଡ଼ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମା’ପୁଅଙ୍କ ଶବ ଖଣ୍ଡବିଖଣ୍ଡିତ ହୋଇ ରାସ୍ତାସାରା ପଡ଼ି ରହିଥିଲା ।

ଏବେ ଗଣେଶ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିଶିନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି । ହେଲେ ଦୁର୍ଘଟଣା ଘଟାଇ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ଫେରାର ହୋଇଯାଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦାବି ଦେଇ ରାସ୍ତାରୋକୋ କରିଥିଲେ । ଖଡ଼ିଆଳ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ଥିତି ଶାନ୍ତ ପଡ଼ି ନଥିଲା ଏବଂ ଲୋକେ ରାସ୍ତାରୋକ ଜାରି ରଖିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା

ଅଣସର ଦର୍ଶନ ପୂର୍ବରୁ କଟକଣା: ଅଲାରନାଥ ପୀଠରେ ଖାଁ ଖାଁ