ଡାକ୍ତର ସାଜିଲେ ଦେବଦୂତ: ଆହତ ଯୁବକଙ୍କୁ ନିଜ କାର୍‌ରେ ନେଲେ ହସ୍ପିଟାଲ, ବଞ୍ଚିଗଲା ଜୀବନ

ଭୁବନେଶ୍ୱର ୧୫/୯: ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଜଣେ ଯୁବକ। ଲୋକେ ଘେରି ରହିଥିଲେ। ହେଲେ କେହି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଉ ନଥିଲେ। ସେହି ବାଟ ଦେଇ ଯାଉଥିବା କଟକ ଏସ୍‌ସିବି ମେଡିକାଲର ଜଣେ ଡାକ୍ତର ଦେବଦୂତ ଭଳି ସେଠାରେ ପହଞ୍ଚିଲେ। ଗୁରୁତର ଆହତ ଯୁବକଙ୍କୁ ନିଜ କାର୍‌ରେ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇ ଥିଲେ। ଫଳରେ ତୁରନ୍ତ ଚିକିତ୍ସା ହୋଇପାରିଲା। ଯୁବକ ଜଣଙ୍କ ଆସନ୍ନ ମୃତ୍ୟୁମୁଖରୁ ବଞ୍ଚିଗଲେ। ଡାକ୍ତରଙ୍କ ଏଭଳି ମହତ କାର୍ଯ୍ୟ ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମୟ ଦିନ ୧୦ଟା ହେବ। ସାଲିଆସାହିରେ ରହୁଥିବା ଗଞ୍ଜାମର ରଞ୍ଜନ ନାୟକ ଗାଁକୁ ଯିବା ପାଇଁ ଫାୟାର ଷ୍ଟେସନ ଛକକୁ ଆସିଥିଲେ। ସେଠାରୁ ବରମୁଣ୍ଡା ଯାଇ ବସ୍‌ରେ ଗାଁକୁ ଯାଇଥାନ୍ତେ। ହେଲେ ଫାୟାର ଷ୍ଟେସନ ଛକରେ ହଠାତ ରଞ୍ଜନ ରାସ୍ତାରେ ଟଳି ପଡ଼ିଥିଲେ। ଗୋଡ଼ହାତ ପିଟି ଛଟପଟ ହେଉଥିଲେ। ସେଠାରେ ଲୋକେ ତାଙ୍କୁ ଘେରି ରହିଥିଲେ ମଧ୍ୟ କେହି ତାଙ୍କୁ ହସ୍ପିଟାଲ ନେବାର ବନ୍ଦୋବସ୍ତ କରୁ ନଥିଲେ । କିଛି ଲୋକ ୧୦୮ ଆମ୍ବୁଲାନ୍ସ ଓ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ ମଧ୍ୟ ଆମ୍ବୁଲାନ୍ସ କି ପିସିଆର ପହଞ୍ଚି ନଥିଲ।

ଏହି ସମୟରେ ସେହିବାଟ ଦେଇ କଟକ ଏସ୍‌ସିବି ମେଡିକାଲର ଡାକ୍ତର ଶାରଦା ପ୍ରସାଦ ମହାନ୍ତି କାର୍‌ରେ ଯାଉଥିଲେ । ସେଠାରେ କାର୍‌ ଅଟକାଇ ଯୁବକ ଜଣଙ୍କ ଛଟପଟ ହେଉଥିବା ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ଲୋକଙ୍କ ସହାୟତାରେ ନିଜ କାର୍‌ରେ ଭର୍ତ୍ତି କରିଥିଲେ । ଯୁବକ ଜଣଙ୍କୁ ଧରି ତୁରନ୍ତ ଯାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ଫଳରେ ରଞ୍ଜନ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଡାକ୍ତର ମହାନ୍ତିଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ରଞ୍ଜନଙ୍କ ଜୀବନ ବଞ୍ଚି ଯାଇଥିବାରୁ ତାଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରେଲରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍