PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମୃତଦେହ ଗାଁକୁ ଫେରିବା ପରେ କ୍ଷତିପୂରଣ ଦାବିରେ ୧୬ ଘଣ୍ଟା ଆମ୍ବୁଲାନ୍ସ ଅଟକ

କୋକସରା ୨୯/୦୭: କର୍ଣ୍ଣାଟକରୁ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିବା ପରେ କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସକୁ ୧୬ ଘଣ୍ଟା ଧରି ଅଟକ ରଖିଥିଲେ ପରିବାର ବର୍ଗ ଓ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଳକ ଆମପାଣି ଥାନା ବରାଡଙ୍ଗା ଗ୍ରାମରେ। ଗୋବିନ୍ଦ ଚଲାନଙ୍କ ସାନପୁଅ ନିଧି ଚଳାନ ବୟସ (୨୨) କର୍ଣ୍ଣାଟକ ରାଜ୍ୟର କାପୋଲ ଜିଲ୍ଲା କାଡୁକୋପା ଅଞ୍ଚଳରେ ଥିବା ଏକ କମ୍ପାନୀରେ ଶ୍ରମିକ ଭାବେ ଗତ ୧ ମାସ ତଳେ କାମ କରିବାକୁ ଯାଇଥିଲେ।। ତେବେ ଗତ ସୋମବାର ଯୁବକର ଝୁଲନ୍ତା ମୃତଦେହ କମ୍ପାନି ନିକଟରେ ଥିବା ଏକ ଗଛରେ ଦେଖିବାକୁ ପାଇଥିଲେ ସାଥି। ଶ୍ରମିକ ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କର୍ଣ୍ଣାଟକ ପୋଲିସ ଯୁବକର ଶବ ଜବତ କରି ବ୍ୟବଚ୍ଛେଦ ପରେ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ଗାଆଁକୁ ପଠାଇଥିଲେ ।

ବୁଧବାର ରାତି ୮ ଘଣ୍ଟା ରେ ଆମ୍ବୁଲାନ୍ସ ଗାଁ କୁ ଶବ ନେଇ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଏହାସହ ପରିବାର ବର୍ଗ କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କୁ ଅଟକ ରଖିଥିଲେ । ଖବର ପାଇ ଆମପାଣି ପୋଲିସ ଅଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିଵାର ବର୍ଗ ଓ କମ୍ପାନି ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ରାତିରେ ଆମ୍ବୁଲାନ୍ସ ରୁ ଶବ କାଢି ନ ଥିଲେ। ପରିବାର ଗୁରବାର ସକାଳ ୧୦ ଟା ସମୟରେ ପୁଣି ପୋଲିସ ଆସି କମ୍ପାନି ସହ ପରିବାର ବର୍ଗଙ୍କୁ ଆଲୋଚନା କରିବାକୁ କହିବା ପରେ କମ୍ପାନି ପକ୍ଷରୁ ମୃତକ ଶ୍ରମିକଙ୍କ ପରିବାରକୁ ୧ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶବକୁ ପରିବାର ଗ୍ରହଣ କରିବା ସହ ଅଟକ ରଖିଥିବା ଆମ୍ବୁଲାନ୍ସ କୁ ଛାଡିଥିବା ଦେଖିବାକୁ ମିଳିଛି। ମୃତ ଦାଦନ ଶ୍ରମିକ ର ପତ୍ନୀ ଓ ଛୋଟ ପୁଅ ଟିଏ ରହିଥିବା ଜଣାପଡିଛି।