ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଦନ୍ତାକୁ ଧରିବା ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ୍, ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବା ବିଫଳ ହେଲା ବନବିଭାଗ

ଯାଜପୁର ୨୭/୧: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଧୂଳିଗଡ ଅଞ୍ଚଳରେ କିଛି ଦିନ ହେବ ଦନ୍ତା ହାତୀ ଉପଦ୍ରବ ଜାରି ରଖିଛି । ନରହନ୍ତା ଦନ୍ତା ଏବେ ରକ୍ତମୁଖା ହୋଇ ଦାନଗଦୀ ବ୍ଲକର ରାଣୀପଡା ପଞ୍ଚାୟତରେ ନିଜର ଉପଦ୍ରବ ଜାରି ରଖିଥିବାବେଳେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ବନ ବିଭାଗ ଅସଫଳ ହେବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଉତ୍ୟକ୍ତ ଲୋକେ କଳିଙ୍ଗନଗର ଶିଳ୍ପା ଅଞ୍ଚଳର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି ।

{"id":84506,"width":760,"height":418,"sizeSlug":"large"}

ସୂଚନା ଅନୁସାରେ ରାଜ ରାସ୍ଥାର ସ୍ଥାନେ ସ୍ଥାନେ ବଣୁଆ ଦନ୍ତା ହାତୀକୁ ଘଉଡାଇବା ପାଇଁ ଦାବି କରି ନିଆଁ ଜାଳି ବୀରୋଧ ପ୍ରଦର୍ଶନ କରିଛନ୍ତି ଉତ୍ୟକ୍ତ ଅଞ୍ଚଳବାସୀ । ଜଙ୍ଗଲ ବିଭାଗରର ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବାବେଳେ ଏହାକୁ ରୋକିବା ଦିଗରେ ପ୍ରଶାନର ବିଫଳତାକୁ ଦାୟୀ କରି ଆନ୍ଦୋଳନ ଚାଲୁ ରହିଥିବାବେଳେ ଜଙ୍ଗଲ ପୋଡିଦେଇ ହାତୀକୁ ଘଉଡାଇବାକୁ ଧମକ ଦେଇଛନ୍ତି ସ୍ଥାନୀୟ ମହିଳା । ରାଜରାସ୍ତା ଅବରୋଧ କରିଥିବା ଲୋକଙ୍କୁ ପୁଲିସ ବୁଝାଇ ସୁଝାଇ ଗାଡି ଚଳାଚଳ ସ୍ୱଭାବିକ କରିଥିଲେ ମଧ୍ୟ ଏବେ ବି ବିଭିନ୍ନ ସ୍ଥାନରେ ଚାପା ଉତେଜନା ଜାରି ରହିଛି।

{"id":84507,"width":711,"height":391,"sizeSlug":"large"}

ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ ଟ୍ରାନକୁଲାଇଜର ଟିମ୍ ଯାଜପୁର ରେ ପହଚିଂଥିବାବେଳେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ହାତୀର ସ୍ଥିତି ଉପରେ ନଜର ରଖିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାତୀ ଉପଦ୍ରବରେ ସ୍ଥାନୀୟ ଲୋକେ ଭୟବୀତ ଥିବାବେଳେ ରାସ୍ତାରୋକ ପରେ ପ୍ରଶାସନ ପକ୍ଷରୁ ହାତୀ ଘଉଡାଇବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଭୁବନେଶ୍ୱର ଓୟୁଏଟିରୁ ଆସିଥିବା ଅଭିଜ୍ଞ ବନ କର୍ମଚାରୀ ଦଳ ଏସ୍‌ସିଏଫ୍‌ଙ୍କ ସହିତ ଏବେ ଘଟଣାସ୍ଥଳରେ ପହଞ୍ଚିଥିବାନେଇ ସୂଚନା ମିଳିଥିବାବେଳେ ଦନ୍ତା ହାତୀକୁ ଆଜି କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.