ପାନୀୟ ଜଳ ସମସ୍ୟା ନେଇ ତାତିଲେ ଲୋକେ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ସାନଖେମୁଣ୍ଡି, ୨୪।୧ ଗ୍ରୀଷ୍ମ ଋତୁ ନ ଆସୁନୁ ଦେଖା ଦେଲାଣି ପାନୀୟ ଜଳ ସଙ୍କଟ। ପାନୀୟ ଜଳ ସମସ୍ୟା ସମାଧାନ ହେଉ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ।
ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ପ୍ରଶାସନ, ସ୍ଥାନୀୟ ସରପଞ୍ଚ ଙ୍କୁ ଗ୍ରାମବାସୀ ଅଭିଯୋଗ ପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହାକୁ ନେଇ ଡେଙ୍ଗାଡି ୪ ନଂ ୱାର୍ଡର ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରିଛନ୍ତି। ଜଗନ୍ନାଥପୁର -ହିଂଜିଲିକାଟୁ ମୁଖ୍ୟ ରାସ୍ତା ଡେଙ୍ଗାଡି ରାସ୍ତା ଅବରୋଧ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଯଦି ଦାବି ପୂରଣ ନ ହୁଏ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ମହିଳା ମାନେ ନିଷ୍ପତ୍ତି ନେଇଛନ୍ତି ।