ରୋଡ ରୋମିଓଙ୍କୁ ସାବାଡ୍‌ ଘଟଣା: ଭାଇରାଲ ଭିଡିଓରୁ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୁଲିସ୍

ଭୁବନେଶ୍ୱର ୧୨/୯ : ରୋଡ ରୋମିଓଙ୍କୁ ସାବାଡ୍‌ କରିଥବା ଛାତ୍ରୀ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ଭାଇରାଲ ହୋଇଥିବା ଭିଡିଓରୁ ପୁଲିସ୍‌ ଅଭିଯୁକ୍ତ ଦୁଇଜଣଙ୍କୁ ଚିହ୍ନଟ କରିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୁଲିସ କହିଛି ।

ଏହି ଘଟଣା ଉପରେ ଜଣେ ଯୁବତୀଙ୍କ ପ୍ରଶ୍ନକୁ ନେଇ ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍‌ କରିଛନ୍ତି । ଯୁବତୀ ଜଣକ କମିଶନରଙ୍କୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି, ଏହି ଘଟଣାରେ ରୋଡ ରୋମିଓଙ୍କୁ ସାବାଡ କରିଥିବା ଯୁବତୀ ଥାନାରେ କୌଣସି ଅଭିଯୋଗ କରିଛନ୍ତି କି? ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି କି? ଏହାର ଉତ୍ତରରେ କମିଶନର ରି-ଟ୍ୱିଟ୍‌ କରିଛନ୍ତି, ‘ଥାନାରେ ଅଭିଯୋଗ ହୋଇଛି, ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି ।’ ସେହିପରି ଯୁବତୀଜଣକ ଆଇନ୍‌କୁ ନିଜ ହାତକୁ ନେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଟ୍ୱିଟ୍‌ ଯୋଗେ ପ୍ରଶ୍ନ ଉଠାଇଛନ୍ତି । ଆତ୍ମରକ୍ଷା ପାଇଁ ଜଣେ ନାଗରିକର ଏହି ଅଧିକାର ଥିବା କମିଶନର ଟ୍ୱିଟ୍‌ ଯୋଗେ ଉତ୍ତର ରଖିଛନ୍ତି ।

ସୂଚନାଯୋଗ୍ୟ, ରବିବାର ରସୁଲଗଡ଼ ଜଗନ୍ନାଥ ନଗରରୁ କେନାଲ ରୋଡରେ ସଂପୃକ୍ତ ଛାତ୍ରୀ ଯାଉଥିବା ବେଳେ ୨ ଜଣ ଯୁବକ ତାଙ୍କୁ ହରଇାଣ କରି ଅଶ୍ଲୀଳ କମେଣ୍ଟ କରିଥିଲେ । ଛାତ୍ରୀ ଜଣକ ସାହସ ଦେଖାଇ ଯୁବକ ଦୁଇଜଣଙ୍କୁ ହେଲମେଟ୍‌ରେ ଉତ୍ତମ ମଧ୍ୟମ ଦେଇଥିଲେ । ସେମାନଙ୍କୁ କାନ ଧରି ବସଉଠ କରାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ବଲିଉଡକୁ ଡ୍ରଗ୍ନ ସପ୍ଳାଇ କରୁଥିବା ଗ୍ୟାଙ୍ଗକୁ ଧରିଲା ଏନସିବି, ଚଢାଉ ବେଳେ ଧରାପଡିଲେ ସିରିଏଲ ଅଭିନେତ୍ରୀ

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ