ଦଶମ ପାଠ୍ୟକ୍ରମରେ ଏ ବର୍ଷ ସାମିଲ ହେବନି ସଡ଼କ ସୁରକ୍ଷା ବିଷୟ

ଭୁବନେଶ୍ୱର,୬।୫ : ଆସନ୍ତା ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟବସ୍ତୁ ଆଉ ସାମିଲ ହୋଇପାରିବନି । ଲକ୍‌ଡାଉନ୍‌ ପାଇଁ ଏଥିରେ ଲାଗିଛି ବ୍ରେକ୍‌ । ଚଳିତ ବର୍ଷ ବିଳମ୍ବରେ ପାଠପଢ଼ା ଆରମ୍ଭ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଉଭୟ ବାଣିଜ୍ୟ ଓ ପରିବହନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରବର୍ତ୍ତୀ ଶିକ୍ଷାବର୍ଷରୁ ଏହା ଲାଗୁ କରିବାକୁ ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ୨୦୨୦-୨୧ ଶିକ୍ଷାବର୍ଷରୁ ସଡ଼କ ସୁରକ୍ଷା ବିଷୟବସ୍ତୁ ସାମିଲ କରିବାକୁ ଯୋଜନା କରିଥିଲା ପରିବହନ ବିଭାଗ । ହେଲେ ଏବର୍ଷ କରୋନା ପାଇଁ ସ୍କୁଲ ବନ୍ଦ ରହିଛି । ବିଳମ୍ବରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଏହାକୁ ଲକ୍ଷ୍ୟ କରି ନିଷ୍ପତ୍ତି ବଦଳାଇଛି ବିଭାଗ । ଏନେଇ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏବର୍ଷ ସାମିଲ କରିବା ସମ୍ଭବ ହୋଇ ନପାରେ । ତା ପରବର୍ତ୍ତୀ ଶିକ୍ଷା ବର୍ଷରେ ସଡ଼କ ସୁରକ୍ଷା ବିଷୟ ସାମିଲ କରିବା ନେଇ ଯୋଜନା କରାଯିବ ।

ଅନ୍ୟପକ୍ଷରେ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ସଡ଼କ ସୁରକ୍ଷାକୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରସ୍ତାବ ଦେଇଥିଲା । ଆମେ ବି ନୂଆ ପାଠ୍ୟକ୍ରମ ସାମିଲ କରିବାକୁ ଭାବିଥିଲୁ । ହେଲେ କରୋନା ପାଇଁ ଶିକ୍ଷାବର୍ଷ ଆରମ୍ଭ କରିବାରେ ବିଳମ୍ବ ହୋଇଛି । ତେଣୁ ଆସନ୍ତା ଶିକ୍ଷାବର୍ଷରେ ପାଠ୍ୟକ୍ରମରେ ପରିବର୍ତ୍ତନ ହେବନାହିଁ । ଆସନ୍ତା ଦିନରେ ଏନେଇ ବିଚାର କରାଯିବ ।

   ସମ୍ବନ୍ଧିତ ଖବର


ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଅନ୍ୟ ଦୁଇ ଜଣ ଗୁରୁତର

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ମାଲବାହୀ ଟ୍ରକ- କାର୍ ମୁହାଁମୁହିଁ ଧକ୍କା, ‌ ଡ୍ରାଇଭର ଓ ଯାତ୍ରୀ ଆହତ

ବହୁ ଚର୍ଚ୍ଚିତ ଜାଲ ଟିଡିଆର୍ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

କରୋନା ଆକ୍ରାନ୍ତ ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ

ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ବିଲରୁ ଘଉଡ଼ାଇବା ବେଳେ ଆକ୍ରମଣର ଶିକାର