PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଉତ୍ତର ଭୁବନେଶ୍ୱରରେ ବଢ଼ିଲା ପ୍ରଚାର ତାତି: ଦିନରେ ଝାମୁଯାତ୍ରା, ସନ୍ଧ୍ୟାରେ ରୋଡ୍‌ ସୋ

ଭୁବନେଶ୍ୱର/ବାରଙ୍ଗ,୧୪ା୪(ବ୍ୟୁରୋ/ଆପ୍ର): ଖରାର ତାତି ସହ ଉତ୍ତର ନିର୍ବାଚନ ମଣ୍ଡଳୀର ପ୍ରଚାର ତାତି ବଢ଼ିଚାଲିଛି । ଦଳୀୟ ପ୍ରାର୍ଥୀମାନେ ଡହ ଡହ ଖରାକୁ ଖାତିର୍‌ କରୁନାହାନ୍ତି । ପ୍ରଚାରରେ ଜୀ ଜାନ୍‌ ଲଗାଇ ଦେଇଛନ୍ତି । ରବିବାର ଦିନବେଳା ଝାମୁଯାତ୍ରା, ମକର ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ପ୍ରାର୍ଥୀମାନେ ସାମିଲ ହୋଇଥିଲେ । ସନ୍ଧ୍ୟାରେ କିଏ ରୋଡ୍‌ ସୋ କରିଥିଲା ତ କିଏ ଘରକୁ ଘର ବୁଲି ପ୍ରଚାରକୁ ଆଗେଇ ନେଇଥିଲା ।
  

ବିଜେପି ଉତ୍ତରରେ ଆଜି ସନ୍ଧ୍ୟାରେ ମେଗା ରୋଡ୍‌ ସୋ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ମୁଖ୍ୟ ଆକର୍ଷଣ ଥିଲେ । ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡଙ୍ଗୀ ଓ ବିଧାୟିକା ପ୍ରାର୍ଥୀ ତଥା ସିନେ ତାରକା ଅପରାଜିତା ମହାନ୍ତି ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଶିଖରଚଣ୍ଡୀ ନଗରରୁ ପ୍ରଶାନ୍ତିବିହାର ଯାଏଁ ଏହି ସୋ ଚାଲିଥିଲା । ଶହ ଶହ କର୍ମୀ ଏଥିରେ ସାମିଲ ହୋଇଥିଲେ । ଦିନବେଳା ବିଧାୟିକା ପ୍ରାର୍ଥୀ ଅପରାଜିତା ପ୍ରଚଣ୍ଡ ଖରାରେ ବି ପ୍ରଚାର ଚଳାଇଥିଲେ । ସମସ୍ତ ଅଞ୍ଚଳର ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ମହିଳାଙ୍କ ସହ ମିଶି ସମସ୍ୟା ପଚାରି ବୁଝିଥିଲେ । ପାଞ୍ଚ ପଞ୍ଚାୟତର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମା’ ମଙ୍ଗଳାଙ୍କ ମନ୍ଦିରରେ ଝାମୁଯାତ୍ରା ଓ ବିଷୁବ ସଂକ୍ରାନ୍ତିରେ ଯୋଗ ଦେଇଥିଲେ ।
  

ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ମଧ୍ୟ ଆଜି ଦିନତମାମ ପ୍ରଚାର କରିଛନ୍ତି । ଦିନବେଳା ରଘୁନାଥପୁର ପ୍ରସିଦ୍ଧ ଝାମୁଯାତ୍ରା, ପଟିଆ ହନୁମାନ ମନ୍ଦିରକୁ ଯାଇଥିଲେ । ରଘୁନାଥପୁର ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ବାଣ୍ଟିଥିଲେ । ସନ୍ଧ୍ୟାରେ ୧ ନମ୍ବର ୱାର୍ଡର ପ୍ରଶାନ୍ତିବିହାର ଖେଳପଡିଆରେ ଏକ ନିର୍ବାଚନୀ ସଭା ହୋଇଥିଲା । ଏଥିରେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି କଂଗ୍ରେସର ପ୍ରାର୍ଥୀ ଇତିଶ ପ୍ରଧାନ, ସ୍ୱାଧୀନ ପ୍ରାର୍ଥୀ ଜିଜ୍ଞାସୁ ଶେଖର ପଣ୍ଡା, ରାଜକୁମାର ରାଉତ ମଧ୍ୟ ଖରାରେ ବୁଲି ଭୋଟ ମାଗିଛନ୍ତି । ବିଭିନ୍ନ ମନ୍ଦିର ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର