ଲକ୍‌ଡାଉନରେ ଖୋଲିବ ରାଜପଥ ପାଖ ଢାବା ଓ ଗ୍ୟାରେଜ

ଭୁବନେଶ୍ୱର ୨୬/୩: ସାରା ରାଜ୍ୟ ଏବେ ଲକ୍‌ଡାଉନ୍‌ରେ । ଏଭଳି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଯେଭଳି ସାମାନ୍ୟତମ ସମସ୍ୟା ନ ହେବ ସେଥପାଇଁ ଏନ୍‌ଏଚ୍‌ ବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ ଢାବା ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରତି ୨୦ କିଲୋମିଟର ଭିତରେ ଗୋଟିଏ ଢାବା ସହ ଗାଡ଼ି ମରାମତି ଓ ଯନ୍ତ୍ରାଂଶ ଦୋକାନ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ସୁବିଧାରେ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି ।

ଏହି ସାମଗ୍ରୀ ବୋହୁଥିବା ଡ୍ରାଇଭରଙ୍କ ସୁବିଧାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇ ଢାବା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୨୦ କିଲୋମିଟର ଭିତରେ କେଉଁ ଢାବା ଖୋଲିବ ତାହା ଆରଟିଓ ଓ ସିଏସଓଙ୍କ ମାଧ୍ୟମରେ ଚୟନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଯେଭଳି କୌଣସି ମାଲ୍‌ ପରିବହନ ଗାଡିକୁ ଅଟକିବନି ତାକୁ ନିଶ୍ଚିତ କରିବାକୁ ଏସ୍‌ପିଙ୍କୁ କୁହାଯାଇଛି । ତେବେ ଏନ୍‌ଏଚ୍‌ ପାଶ୍ୱର୍ରେ ଯେଉଁ ଢାବା ଖୋଲିବ ସେଥିରେ ଯେଭଳି ଭିଡ଼ ନ ହେବ ତା ଉପରେ ନଜର ରଖିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଦିବ୍ୟାଙ୍ଗ ଯୁବତୀ ୮ମାସର ଗର୍ଭବତୀ – ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଫେରାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ

ବାବ୍ରି ମସଜିଦ୍ ରାୟ ଆସିବା ବେଳେ ଝିଅଙ୍କ ହାତ ଧରି ବସିଥିଲେ ଆଡଭାନୀ, ଦେଖନ୍ତୁ ଏହି ଭିଡିଓ

ଟ୍ରେନରେ ଆଉ ମିଳିବ ନାହିଁ ଖାଦ୍ୟ-ପେୟ ଜିନିଷ, ଜାଣନ୍ତୁ କାହିଁକି ରେଳ ମନ୍ତ୍ରଣାଳୟ ବନ୍ଦ କରିବାକୁ ଚାହୁଁଛି Rail Pantry