୨୫ ବର୍ଷ ହେବ ଭାବିନଥିଲି,ଏବେ ରାଜନୀତିକୁ ଆସିବି: ରବର୍ଟ ଭଦ୍ରା

https://www.indiatvnews.com/
ଜୟପୁର,୨୬।୨: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଜ୍ବାଇଁ ରବର୍ଟ ଏବେ ରାଜନୀତିକୁ ପ୍ରତ୍ୟକ୍ଷ ଭାବରେ ଆସିବେ। ରାଜସ୍ଥାନ ଗସ୍ତରେ ରବର୍ଟ ଥିବା ବେଳେ ସେ କହିଛନ୍ତି, ସମସ୍ତେ ଚାହାନ୍ତି ମୁଁ ରାଜନୀତିକୁ ଆସେ, କିନ୍ତୁ ଏହାର ମଧ୍ୟ ଠିକ୍ ସମୟ ଆସିବ। ଶୁକ୍ରବାର ସକାଳେ ଜୟପୁର ପହଁଞ୍ଚିବା ପରେ ରବର୍ଟ ସେଠାର ପ୍ରସିଦ୍ଧ ମୋତି ଡୁଙ୍ଗରୀ ଗଣେଶଜୀ ଦରବାରକୁ ଯାଇ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରିବାରେ ପରେ ଏଭଳି କହିଛନ୍ତି।

ମନ୍ଦିରରେ ଦର୍ଶନ ସାରି ହୋଟେଲରେ ପହଁଞ୍ଚିବା ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ରବର୍ଟ ଭଦ୍ରା କହିଥିଲେ ଏବେ ମୁଁ ରାଜନୀତିକୁ ଆସିବି। କେବଳ ଲୋକଙ୍କ ପାଇଁ ରାଜନୀତିକୁ ଆସୁଛି। ଲୋକ ଚାହାନ୍ତି,ମୁଁ ମୁରାଦାବାଦରୁ ତ ଆଉ କେହି ଗାଜିଆବାଦରୁ ରାଜନୀତିରେ ପାଦ ରଖେ। ଦରଦାମ ବୃଦ୍ଧି ନେଇ ସେ କହିଛନ୍ତି, ପେଟ୍ରୋଲ-ଡିଜେଲ ଓ ଗ୍ୟାସର ଦାମ୍ ଲଗାତାର ବଢିବାରେ ଲାଗିଛି। ସାଧାରଣ ଲୋକଙ୍କ କଷ୍ଟକୁ ବୁଝିବାର ଚେଷ୍ଟା କରୁଛି। ଆଜି ଲୋକମାନେ ଏହା ଠିକ୍ କରିପାରୁନାହାନ୍ତି, ସେମାନେ ନିଜ ପାଇଁ ଔଷଧ ନେବେ ନା ଗାଡିରେ ପେଟ୍ରୋଲ ପକାଇଥିଲେ। ଲୋକମାନେ ଏବେ ଗାଡି ଚଳାଇବା ବନ୍ଦ କରିସାରିଲେଣି। ୨୫ ବର୍ଷ ହୋଇଗଲାଣି ରାଜନୀତି ବିଷୟରେ କିଛି ଭାବିନଥିଲି। କୃଷକ ଆନ୍ଦୋଳନ ନେଇ ଯେତେବେଳେ ପଚରା ଯାଇଥିଲା ସେ କହିଥିଲେ, ଭାରତର ଲୋକ ଶିକ୍ଷିତ ନିହାତି ପ୍ରଶ୍ନ ତ ପଚାରିବେ, ତାଙ୍କୁ ଚପାଇକି ରଖିହେବନି।’
