ରୋହିତ ତିଓ୍ବାରି ହତ୍ୟା ମାମଲା: ଅପରାଧ ସ୍ବୀକାର କଲେ ପତ୍ନୀ ଅପୂର୍ବା, କାହିଁକି ଓ କିପରି କରିଥିଲେ ହତ୍ୟା ଜାଣନ୍ତୁ…

ନୂଆଦିଲ୍ଲୀ ୨୪।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଡି.ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖର ତିଓ୍ବାରୀଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ କରିଛି ଦିଲ୍ଲୀ ପୋଲିସ ଅପରାଧ ଶାଖା। ରୋହିତଙ୍କ ପତ୍ନୀ ଅପୂର୍ବା ଶୁକ୍ଲାହିଁ ତାଙ୍କର ହତ୍ୟା କାରୀ। ଅପୂର୍ବା ନିଜ ଦୋଷ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିବା ବେଳେ ପୋଲିସର ରିମାଣ୍ଡ ନିବେଦନ ମଞ୍ଜୁର କରିଛନ୍ତି କୋର୍ଟ। ଅପୂର୍ବା ୨ ଦିନ ପୋଲିସ ରିମାଣ୍ଡରେ ରହିବେ। 

ତେବେ ଗିରଫ ପୂର୍ବରୁ ପୋଲିସ ପଚରା ଉଚରା ବେଳେ ରୋହିତ ଓ ଅପୂର୍ବାଙ୍କ ବୈବାହିକ ଜୀବନ ସୁଖଦ ନଥିବା ପୋଲିସକୁ କହିଥିଲେ। ସେମାନେ ପ୍ରେମ ବିବାହ କରିଥିଲେ ବି ପାରିବାରିକ କଳି ଝଗଡା ପ୍ରାୟତଃ ଅଶାନ୍ତିରେ ରହୁଥିଲେ। ରୋହିତଙ୍କ ହତ୍ୟା ଦିନ ମଧ୍ୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପାରିବାରିକ ସମ୍ପର୍କିୟଙ୍କୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଘଟଣା ବେଳେ ଶେଖର ନିଶାରେ ଥିଲେ। ତେବେ ତାଙ୍କୁ ହତ୍ୟା କରିବେ ବୋଲି ଅପୂର୍ବା ପୂର୍ବରୁ ସ୍ଥିର କରିନଥିଲେ। ହେଲେ ଉତ୍ତେଜନା ବସତ ଅପୂର୍ବା ରୋହିତଙ୍କ ଗଳା ଟିପି ଦେଇଥିବା ପୋଲିସକୁ କହିଛନ୍ତି । 

ଅପୂର୍ବା ପେସାରେ ଜଣେ ଓକିଲ। ସେ ସୁପ୍ରିମକୋର୍ଟରେ  ଓକିଲାତି କରନ୍ତି । ମାମଲାର ତଦନ୍ତ ବେଳେ ଅପୂର୍ବା ବାରମ୍ବାର ବୟାନ ବଦଳାଉଥିଲେ। ଏଣୁ ତାଙ୍କ ପ୍ରତି ପୋଲିସର ସନ୍ଦେହ ଘନିଭୂତ ହୋଇଥିଲା। ସେପଟେ ରୋହିତଙ୍କ ମୃତ୍ୟୁ ପାଇଁ ତାଙ୍କ ମା ଉଜ୍ଜ୍ବଲା ବୋହୂ ଅପୂର୍ବାଙ୍କୁ ହିଁ ଦାୟୀ କରୁଥିଲେ। ଏଣୁ ପୋଲିସ ପଚରା ଉଚରାରେ ସାମାନ୍ୟ କଠୋର ହେବା ମାତ୍ରେ ଅପୂର୍ବା ତାଙ୍କ ଦୋଷ ମାନି ଯାଇଥିଲେ। ତାଙ୍କୁ ଗିରଫ କରାଯିବା ସହ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। 



   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ଓଡ଼ିଆ ଝିଅକୁ ବାହା ହେବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ବଲାଙ୍ଗିର ଆସି ଠକେଇର ଶିକାର ଦୁଇ ଯୁବକ -ଥାନା ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷାକଲେ ଯୁବତୀ